ଓଡିଶା

odisha

ETV Bharat / bharat

ନଭେମ୍ବରରୁ ନୂଆ ନିୟମ; ବଢିବ LPG ଦାମ୍, ଏହି ସ୍ମାର୍ଟଫୋନରେ ଚାଲିବନି Whatsapp - ବନ୍ଦ ହେବ ହ୍ୱାର୍ଟ୍ସଆପ

ନଭେମ୍ବରରୁ ବଦଳିକ ଅନେକ ନିୟମ । କିଛି ସ୍ମାର୍ଟଫୋନରେ କାମ କରିବନି Whatsapp । ବଢିପାରେ LPG ସିଲିଣ୍ଡର ଦାମ । ଅଧିକ ପଢନ୍ତୁ...

ନଭେମ୍ବରରେ ନୂଆ ନିୟମ; ବଢିବ LPG ଦାମ୍, ଏହି ସ୍ମାର୍ଟଫୋନରେ ଚାଲିବନି Whatsapp
ନଭେମ୍ବରରେ ନୂଆ ନିୟମ; ବଢିବ LPG ଦାମ୍, ଏହି ସ୍ମାର୍ଟଫୋନରେ ଚାଲିବନି Whatsapp

By

Published : Oct 31, 2021, 1:29 PM IST

ହାଇଦ୍ରାବାଦ: ଦୀପାବଳି ଉପଲକ୍ଷେ ସାଧାରଣ ଲୋକଙ୍କୁ ଲାଗିବାକୁ ଯାଉଛି ଏକ ବଡ ଝଟକା । ନଭେମ୍ବର ପହିଲାରୁ ବଦଳିବ ଅନେକ ନିୟମ । ଯାହା ସଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ନଭେମ୍ବର ୧ ତାରିଖରୁ ବ୍ୟାଙ୍କରେ ପଇସା ଜମା କରିବା ଏବଂ ଉଠାଣ ପାଇଁ ଏଣିକି ଶୁଳ୍କ ଦେବାକୁ ହେବ । ସେହିପରି ଆସନ୍ତାକାଲି ଠାରୁ ଗ୍ୟାସ ବୁକିଂ ତାରିଖ ମଧ୍ୟ ବଦଳିବାକୁ ଯାଉଛି । ଏହା ସଙ୍ଗେ ରେଲୱେ ପକ୍ଷରୁ କିଛି ଟ୍ରେନ ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି । ଜାଣନ୍ତୁ କେମିତି ଭାରି ପଡିବ ଏହି ନୂଆ ନିୟମ-

ବଢିପାରେ LPG ସିଲିଣ୍ଡର ଦାମ-

ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କମ୍ପାନୀ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ କରିଥାନ୍ତି । LPG ଡେଲିଭରୀ କରୁଥିବା କମ୍ପାନୀ ନଭେମ୍ବର ମାସ ଆରମ୍ଭକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପ୍ରକାଶଯୋଗ୍ୟ, ଅକ୍ଟୋବର ଆରମ୍ଭରୁ ପେଟ୍ରୋଲ-ଡିଜେଲ ଦାମ ପ୍ରାୟ ୮ ଟଙ୍କା ବୃଦ୍ଧି ପାଇଲାଣି । ପେଟ୍ରୋଲ ଏବଂ ଡିଜେଲ ଦର ବଢିବା ଯୋଗୁଁ LPG ଦାମ୍ ମଧ୍ୟ ବଢିଥାଏ । ତେଣୁ ନଭେମ୍ବରରେ ରନ୍ଧନ ଗ୍ୟାସ ମୂଲ୍ୟ ବଢିବା ନେଇ ଆଶଙ୍କା କରାଯାଉଛି ।

ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଆସିବ OTP-

ନଭେମ୍ବର ୧ ତାରିଖରୁ LPG Cylinder ବୁକିଂ ଏବଂ ଡେଲିଭରୀ ତାରିଖ ବଦଳିବାକୁ ଯାଉଛି । ନୂଆ ନିୟମ ମୁତାବକ, ଗ୍ୟାସ ବୁକିଂ ପରେ ଗ୍ରାହକଙ୍କୁ ସେମାନଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ OTP ଆସିବ । OTP ବିନା ବୁକିଂ ସମ୍ଭବ ହେବ ନାହିଁ । ଘରେ ସିଲିଣ୍ଡର ପହଞ୍ଚାଉଥିବା ଡେଲିଭରୀ ବଏକୁ ଏହି OTP ଜଣାଇବା ପରେ ସେ ଗ୍ରାହକଙ୍କୁ ସିଲିଣ୍ଡର ହସ୍ତାନ୍ତର କରିବ । କହିରଖୁଛୁ କି, ସିଲିଣ୍ଡର ଡେଲିଭରୀ ପଲିସି ଅନୁଯାୟୀ, ଭୁଲ ଠିକଣା ଏବଂ ମୋବାଇଲ ନମ୍ବର ଦେଇଥିବା ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଗ୍ୟାସ ସିଲିଣ୍ଡର ଡେଲିଭରି କରୁଥିବା କମ୍ପାନୀ ସମସ୍ତ ଗ୍ରାହକଙ୍କୁ ନିଜର ନାମ, ଠିକଣା, ମୋବାଇଲ ନମ୍ବର ଅପଡେଟ କରିବାକୁ ପରାମର୍ଶ ଦେଇଛନ୍ତି ।

ବରୋଦା ବ୍ୟାଙ୍କ(BOB) ଗ୍ରାହକଙ୍କୁ ଦେବାକୁ ପଡିବ ଶୁଳ୍କ-

ନଭେମ୍ବର ୧ ତାରିଖରୁ ବ୍ୟାଙ୍କରେ ପଇସା ଜମା କରିବା ଏବଂ ଉଠାଇବା ପାଇଁ ଚାର୍ଜ ଦେବାକୁ ପଡିବ । ଏହି ନୂଆ ନିୟମ ବ୍ୟାଙ୍କ ଅଫ ବରୋଦାରେ ଲାଗୁ ହୋଇଗଲାଣି । BOB ମୁତାବକ, ନଭେମ୍ବର ପହିଲାରୁ ଗ୍ରାହକଙ୍କୁ ଋଣ ଆକାଉଣ୍ଟ ପାଇଁ ୧୫୦ ଟଙ୍କା ଦେବାକୁ ପଡିବ । ନୂଆ ନିୟମ ଅଧିନରେ ସଞ୍ଚୟ ଖାତାରେ ତିନି ଥର ରାଶି ଜମା କରିବା ନିଃଶୁଳ୍କ ଅଟେ । ହେଲେ ଚତୁର୍ଥ ଥର ପରଠାରୁ ୪୦ ଟଙ୍କା ଦେୟ ଦେବାକୁ ପଡିବ । ତେବେ ଜନଧନ ଖାତାଧାରକଙ୍କ କ୍ଷେତ୍ରରେ ଏହି ନୂଆ ନିୟମ ଲାଗୁ ହେବନାହିଁ । ଜନଧନ ଖାତାଧାରକଙ୍କୁ ତିନିରୁ ଉର୍ଦ୍ଧ୍ବ ଥର ଟଙ୍କା ଜମା କରିବା ପାଇଁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । କେବେଳ ଟଙ୍କା ଉଠାଣ ପାଇଁ ସେମାନେ ୧୦୦ ଟଙ୍କା ଚାର୍ଜ ଦେବେ ।

ଏହିସବୁ ସ୍ମାର୍ଟଫୋନରେ ଚାଲିବନି Whatsapp -

ନଭେମ୍ବର ୧ତାରିଖରୁ କିଛି ଆଇଫୋନ ଏବଂ ଆଣ୍ଡ୍ରଏଡ ଫୋନରେ Whatsapp କାମ କରିବା ବନ୍ଦ ହୋଇଯିବ । Whatsappରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ 4.0.3 Ice Cream Sandwich, iOS 9, ଏବଂ KaiOS 2.5.0ରେ ସପୋର୍ଟ କରିବ ନାହିଁ ।

ବଦଳିବ ଟ୍ରେନ ସମୟ-

ନଭେମ୍ବର ଆରମ୍ଭରୁ ସାରା ଦେଶରେ ଟ୍ରେନ ଟାଇମ ଟେବୁଲ ବଦଳି ଯିବ । ପୂର୍ବରୁ ଏହି ପରିବର୍ତ୍ତନ ଅକ୍ଟୋବର ପହିଲାରେ ହେବାକୁ ଥିଲା । ମାତ୍ର ପରେ ଏହି ଅବଧି ନଭେମ୍ବର ୧କୁ ବୃଦ୍ଧି କରାଯାଇଥିଲା । ଦେଶବ୍ୟାପୀ ୧୩ ହଜାର ପାସେଞ୍ଜର ଟ୍ରେନ ଏବଂ ୭ ହଜାର ମାଲଗାଡିର ଟାଇମ ଟେବୁଲ ବଦଳିବ । ଭାରତରେ ଚାଲୁଥିବା ପ୍ରାୟ ୩୦ ରାଜଧାନୀ ଟ୍ରେନ ସମୟ ମଧ୍ୟ ପରିବର୍ତ୍ତିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details