ଓଡିଶା

odisha

ETV Bharat / bharat

କୋରୋନା କବଳରେ ଯୋଦ୍ଧା, ମହାରାଷ୍ଟ୍ରରେ ୩୭୦ ପୋଲିସ ପଜିଟିଭ ଚିହ୍ନଟ - କୋରୋନା କବଳରେ ମହାରାଷ୍ଟ୍ର ପୋଲିସ

କୋରୋନା କବଳରେ ପୋଲିସ କର୍ମଚାରୀ । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୭୦ ଜଣ ପୋଲିସ କୋରୋନା ପଜିଟିଭ ହୋଇଛନ୍ତି । ସଂକ୍ରମିତ ପୋଲିସଙ୍କ ମଧ୍ୟରୁ ୬୦ଜଣ ଅଧିକାରୀ ହୋଇଥିବା ବେଳେ ୩୧୦ ଜଣ କନଷ୍ଟେବଳ ରହିଛନ୍ତି। ଅଧିକ ପଢନ୍ତୁ

କୋରୋନା କବଳରେ ପୋଲିସ କର୍ମଚାରୀ, ମହାରାଷ୍ଟ୍ରରେ ୩୭୦ ପୋଲିସ କୋରୋନା ପଜିଟିଭ
କୋରୋନା କବଳରେ ପୋଲିସ କର୍ମଚାରୀ, ମହାରାଷ୍ଟ୍ରରେ ୩୭୦ ପୋଲିସ କୋରୋନା ପଜିଟିଭ

By

Published : Jan 13, 2022, 10:02 AM IST

ମୁମ୍ବାଇ: ଦେଶରେ କୋରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । କିଛି ଦିନର ବ୍ୟବଧାନ ପରେ ପୁଣି ଦିନକୁ ଦିନ ସଂକ୍ରମିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ସବୁଠାରୁ ବଡକଥା ହେଉଛି ବର୍ତ୍ତମାନ କୋରୋନା କବଳରେ ମୁମ୍ବାଇ ପୋଲିସ । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୭୦ ଜଣ ପୋଲିସ କୋରୋନା ପଜିଟିଭ ହୋଇଛନ୍ତି । ଯାହାକି ଚିନ୍ତାର ବିଷୟ ପାଲଟିଛି । ଏଥିରେ କନେଷ୍ଟବଳ ପଦବୀରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ଅଧିକାରୀ ସମସ୍ତେ ଅନ୍ତର୍ଭୁକ୍ତ । ସଂକ୍ରମିତ ପୋଲିସଙ୍କ ମଧ୍ୟରୁ ୬୦ଜଣ ଅଧିକାରୀ ହୋଇଥିବା ବେଳେ ୩୧୦ ଜଣ କନେଷ୍ଟବଳ ରହିଛନ୍ତି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଛି ।

ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୦୪ ଜଣ ଅଧିକାରୀ ଏବଂ ୧ ହଜାର ୬୭୮ ଜଣ କନେଷ୍ଟବଳ କୋରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ମହାମାରୀ ଆରମ୍ଭ ହେବା ପରଠାରୁ ମହାରାଷ୍ଟ୍ର ପୋଲିସର ମୋଟ ୪୮ ହଜାର ୬୧୧ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସୂଚନାଥାଉକି, ସେଥିମଧ୍ୟରୁ ୬ ହଜାର ୨୦୪ ଜଣ ଅଧିକାରୀ ରହିଥିବା ବେଳେ ୪୨ ହଜାର ୪୦୭ଜଣ କନେଷ୍ଟବଳ ଅଟନ୍ତି । ବିଶ୍ବକୁ କଲବଲ କରୁଥିବା ଏହି କୋରୋନା ମହାମାରୀରେ ୪୬ ଜଣ ଅଧିକାରୀ ଏବଂ ୪୫୮ଜଣ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି । ବୁଧବାର ଦିନ ମହାରାଷ୍ଟ୍ରରେ ୪୬ ହଜାର ୭୨୩ଟି ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି ଯାହାକି ପୂର୍ବ ଦିନ ତୁଳନାରେ ୨୭ ପ୍ରତିଶତ ଅଧିକ ଅଟେ ।

ABOUT THE AUTHOR

...view details