ହରିଦ୍ବାର:ଗହମରୁ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ହରିଦ୍ୱାରରେ ଅନେକ ଲୋକେ ଅସୁସ୍ଥ । ଏପର୍ଯ୍ୟନ୍ତ ଖାଦ୍ୟ ବିଷାକ୍ତ ହେବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଖୁବଶୀଘ୍ର ଜଣାପଡିବା ନେଇ ସୂଚନା ରହିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଘଟଣାରେ ୧୨୨ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନେଇ ରାଜନୈତିକ ବୟାନ ବାଜି ଓ ବିବାଦ ମଧ୍ୟ ଆରମ୍ଭ ହୋଇଛି । ହରିଦ୍ୱାରରେ ହୋଇଥିବା ଏହି ମାମଲାରେ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଦାବି ଏବେ ଜୋର ଧରିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଧନ ସିଂ ରାୱତ, ବିଜେପି ରାଜ୍ୟ ସଭାପତି ମଦନ କୌଶିକ୍ ଏବଂ ହରିଦ୍ୱାରର ସାଧୁମାନେ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।
ସେହିପରି ସାଧୁସନ୍ଥମାନେ ଏହି ଘଟଣାକୁ ଏକ ଷଡ଼ଯନ୍ତ୍ର ବୋଲି କହି ମୁଖ୍ୟମନ୍ତ୍ରୀ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ହରିଦ୍ୱାର ଜିଲ୍ଲାପାଳ ବିନୟ ଶଙ୍କର ପାଣ୍ଡେ ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ଖାଦ୍ୟ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।