ବେଙ୍ଗାଲୁରୁ:କର୍ଣ୍ଣାଟକର ୟାଲାବୁର୍ଗା ତାଲୁକରେ ଭୟଙ୍କର ସଡକ ଦୁର୍ଘଟଣା । ବିଳମ୍ବିତ ରାତିରେ ୟାଲାବୁର୍ଗା ତାଲୁକର ଭାନାପୁର ଠାରେ ଏକ କାରକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଯାହା ସୂଚନା ରହିଛି, ଗାଡିରେ ମୋଟ ୯ ଜଣ ଲୋକ ଯାତ୍ରା କରୁଥିଲେ । ଏନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ପୋଲିସର ସୂଚନା ଅନୁସାରେ, ଗତକାଲି(ରବିବାର)କୁକାନୁର ତାଲୁକର ବିନୟାଲ ଗାଁର ଦେବପ୍ପା କୋପ୍ପଡ (62) ତାଙ୍କ ସମ୍ପର୍କୀୟଙ୍କ ନାତୁଣୀର ଜନ୍ମଦିନ ଭୋଜିରେ ଯୋଗଦେବା ପରେ ଅନ୍ୟ ଆଠ ଜଣଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ବିନ୍ନଲା ଗ୍ରାମର ଗୋଟିଏ ପରିବାରର ହୋଇଥିବା ନେଇ ସୂଚନା ।