ଓଡିଶା

odisha

ETV Bharat / bharat

Transformer Explodes in Chamoli: ଅଳକାନନ୍ଦା ନଦୀକୂଳରେ ଫାଟିଲା ଟ୍ରାନ୍ସଫର୍ମର, ୧୬ ମୃତ - ଅଳକାନନ୍ଦା ନଦୀକୂଳରେ ଫାଟିଲା ଟ୍ରାନ୍ସଫର୍ମର

ଉତ୍ତରାଖଣ୍ଡର ଅଳକାନନ୍ଦା ନଦୀକୂଳରେ ଫାଟିଲା ବିଦ୍ୟୁତ ଟ୍ରାନ୍ସଫର୍ମର । କଲେଣ୍ଟ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ବଡ ଅଘଟଣ
ଉତ୍ତରାଖଣ୍ଡରେ ବଡ ଅଘଟଣ

By

Published : Jul 19, 2023, 1:26 PM IST

Updated : Jul 19, 2023, 4:42 PM IST

ଡେରାଡୁନ:ଦେବଭୂମି ଉତ୍ତରାଖଣ୍ଡରେ ଏକ ବଡ ଅଘଟଣ ଘଟିଯାଇଛି । ଆଜି (ବୁଧବାର) ସକାଳେ ଚମୋଲି ଜିଲ୍ଲା ଅନ୍ତର୍ଗତ ଅଳକାନନ୍ଦା ନଦୀକୂଳରେ 'ନମାମି ଗଙ୍ଗେ ପ୍ରୋଜେକ୍ଟ' ସାଇଟରେ ଗୋଟିଏ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ଯିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ସକାଳ ପ୍ରାୟ ୧୧ଟା ୩୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ନଦୀ କୂଳରେ ଥିବା ଏକ ଟ୍ରାନ୍ସଫର୍ମର ହଠାତ୍ ବିସ୍ଫୋରଣ ହୋଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୨୦ରୁ ୨୫ ଜଣ ଲୋକ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଅନ୍ୟ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଏସଆଇଙ୍କ ସମେତ ୫ ଜଣ ହୋମଗାର୍ଡ ଥିବା କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ: ଦୁର୍ଘଟଣା ପରେ ଜଳିଗଲା କାର, ଗୋଟିଏ ପରିବାରର 4 ଜୀବନ୍ତ ଦଗ୍ଧ

ଆଜି ସକାଳ ପ୍ରାୟ ସାଢେ ୧୧ଟା ୩୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଘଟଣାସ୍ଥଳକୁ ହେଲିକପ୍ଟର ପଠାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏନେଇ ଗଭୀର ଶୋକ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଧାମୀ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ସୂଚନା ମିଳୁଛି ।

ଏହାମଧ୍ୟ ପଢନ୍ତୁ: ଟାର୍ଗେଟରେ ଶ୍ରମିକ, ଆତଙ୍କୀଙ୍କ ଗୁଳିମାଡ଼ରେ 2 ପ୍ରବାସୀ ଶ୍ରମିକ ଆହତ

ସୂଚନା ଅନୁଯାୟୀ, ଅଳକାନନ୍ଦା ନଦୀ କୂଳରେ ନମାମି ଗଙ୍ଗେ ପ୍ରୋଜେକ୍ଟ କାର୍ଯ୍ୟ ଜାରି ରହିଛି । ଆଜି ହଠାତ୍ ଏଠାରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ଯାଇଥିଲା । ଏହି ସମୟରେ ଘଟଣାସ୍ଥଳରେ ୨୦ରୁ ୨୫ ଜଣ ଲୋକ ଉପସ୍ଥିତ ରହିଥିଲେ । ଫଳରେ ସମସ୍ତେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଏଥିରେ ଏବେ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ସ୍ଥାନୀୟ ଫାଣ୍ଡି ଅଧିକାରୀ ଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 19, 2023, 4:42 PM IST

ABOUT THE AUTHOR

...view details