ଓଡିଶା

odisha

ETV Bharat / bharat

ରସଗୋଲାରୁ ଫୁଡ୍ ପଏସନିଂ ! ଭୋଜି ଖାଇ ୭୦ରୁ ଊର୍ଦ୍ଧ୍ବ ଅସୁସ୍ଥ - ବିଶାକ୍ତ ରସଗୋଲା ଖାଇ ଅସୁସ୍ଥ

ଉତ୍ତରପ୍ରଦେଶ ସ୍ଥିତ ମଢହାରପୁରରେ ଭୋଜି ଖାଇ ୭୦ରୁ ଊର୍ଦ୍ଧ୍ବ ଅସୁସ୍ଥ ଲୋକେ ଅସୁସ୍ଥ ହୋଇ ପଡିଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲାମାନେ ରହିଥିବାବେଳେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ଅଧିକ ପଢନ୍ତୁ

ଭୋଜି ଖାଇ ୭୦ରୁ ଉର୍ଦ୍ଧ୍ବ ଅସୁସ୍ଥ
ଭୋଜି ଖାଇ ୭୦ରୁ ଉର୍ଦ୍ଧ୍ବ ଅସୁସ୍ଥ

By

Published : May 24, 2023, 7:43 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସ୍ଥିତ ମଢହାରପୁର ଗାଁରେ ଅଘଟଣ । ଭୋଜି ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଲୋକେ । ଝାଡା ବାନ୍ତି ଭଳି ଲକ୍ଷଣ ଦେଖାଦେବାରୁ ୮ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଛୋଟ ପିଲାମାନେ ମଧ୍ୟ ରହିଥିବା ଜଣାପଡ଼ିଛି । ଆଉ କେତେକ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଅନ୍ୟାନ୍ୟ ବେସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭୋଜିରେ ପରସା ଯାଇଥିବା ରସଗୋଲା ଖାଇବା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ସନ୍ଦେହ କରିଛନ୍ତି ଲୋକେ ।

ସୂଚନା ଅନୁସାରେ, ମଢହାରପୁର ଅଞ୍ଚଳର ସଲିମଙ୍କ ପୁଅ ଶାଦାବଙ୍କ ବିବାହ ଉତ୍ସବ ହୋଇଥିଲା । ପରମ୍ପରା ଅନୁଯାୟୀ, ବରଯାତ୍ରୀ ଫେରିବା ପରେ ଗାଁରେ ଏକ ଭୋଜିର ଆୟୋଜନ କରାଯାଇଥିଲା । ଖାଦ୍ୟ ଖାଇବାର କିଛି ସମୟ ପରେ ହିଁ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା । ହଠାତ ଝାଡ଼ା ବାନ୍ତି ହେବା ସହ ବିଭିନ୍ନ ସମସ୍ୟା ଦେଖାଗଲା । ଗୁରୁତରଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଛୋଟ ପିଲାମାନେ ଥିବା ମଧ୍ୟ ଜଣାପଡ଼ିଛି । ସେମାନଙ୍କ ଭିତରୁ ମଢହାରପୁରର ଇରଫାନ ଖାନଙ୍କ ପୁଅ ନସରତ ଖାନ୍, ନାଜିଆଙ୍କ ଝିଅ ରିୟାଜୁଦ୍ଦିନ, ସୁଲତାନଙ୍କ ପୁଅ ସଲାମୁଦ୍ଦିନ ଏବଂ ବକ୍ସିପୂର୍ବା ଗାଁର ଇରଶାଦଙ୍କ ଝିଅ ଅସରାଙ୍କ ଭଳି ପ୍ରାୟ ୭୦ ଜଣ ଅସୁସ୍ଥ ରହିଛନ୍ତି ।

ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଫୁଡ୍ ପଏସନିଂ ବା ବିଶାକ୍ତ ଖାଦ୍ୟ ଯୋଗୁଁ ଏପରି ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର । ତେବେ ଚିକିତ୍ସା ପରେ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତର କହିଛନ୍ତି । ଅପରପକ୍ଷେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବହୁ ସଂଖ୍ୟାରେ ଶିଶୁମାନେ ଡାଇରିଆରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ସେପଟେ ଭୀଷଣ ଗରମ ଅନୁଭୂତ ହେଉଥିବା କାରଣରୁ ସଂକ୍ରମଣରେ ରୋକ୍ ଲାଗୁନି । କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଏମରଜେନ୍ସି ୱାର୍ଡରେ ମଧ୍ୟ ଭର୍ତ୍ତି କରାଯାଇଛି । ପାଖାପାଖି ୨୦୦ରୁ ଅଧିକ ଡାଇରିଆ ରୋଗୀ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରେ ୧୫ ବର୍ଷରୁ କମ୍ ବର୍ଗର ପିଲାଙ୍କ ସଂଖ୍ୟା ଅଧିକ ରହିଛି ।

ତେବେ ଚିକିତ୍ସାରେ ଅବହେଳା କାରଣରୁ କିମ୍ବା ବିଳମ୍ବରେ ଡାକ୍ତରଖାନାରେ ଭର୍ତ୍ତି କରିବା ଯୋଗୁଁ ବହୁ ରୋଗୀ ବର୍ତ୍ତମାନ ଗୁରୁତର ରହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂକ୍ରମଣରେ ରୋକ୍ ଲଗାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି । ଏହାସହ ଲକ୍ଷଣ ଦେଖାଗଲେ ବିଳମ୍ବ ନକରି ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details