ଓଡିଶା

odisha

ETV Bharat / bharat

Road Accident: ଖାଇକୁ ଖସିଲା ଇକୋ କାର୍, ୬ ମୃତ - ଜାମ୍ମୁକାଶ୍ମୀରରେ ସଡକ ଦୁର୍ଘଟଣା

ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଖାଇକୁ ଖସିଲା ଇକୋ କାର୍ । ଦୁର୍ଘଟଣାରେ ୬ ମୃତ । ଅଧିକ ପଢନ୍ତୁ

Road Accident: ଖାଇକୁ ଖସିଲା ଇକୋ ଭ୍ୟାନ, ୬ ମୃତ
Road Accident: ଖାଇକୁ ଖସିଲା ଇକୋ ଭ୍ୟାନ, ୬ ମୃତ

By

Published : Feb 4, 2022, 6:44 AM IST

ଶ୍ରୀନଗର:ଜମ୍ମୁ-କାଶ୍ମୀରର କିଶତୱାର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା ଇକୋ କାର୍ । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ( six died in road accident in Kishtwar) । ଗୁରୁବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗାଡିଟି ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ନାଗ୍ରିଆନା(Nagriana) ନିକଟରେ ଖାଇକୁ ଖସି ଯାଇଥିଲା । ଘଟଣାସ୍ଥଳରେ ୫ ଜଣ ଯାତ୍ରୀ ପ୍ରାଣ ହରାଇଥିବାବେଳେ ଷଷ୍ଠ ଯାତ୍ରୀଙ୍କୁ ମେଡିକାଲ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାରେ ଛାନଭିନ୍ କରାଯାଉଛି ।

ସେପଟେ ଦୁର୍ଘଟଣା ନେଇ ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ଶୋକସନ୍ତପ୍ତ ପରିବାରକୁ ସମାବେଦନା ଜଣାଇଛନ୍ତି ।

@ANI

ABOUT THE AUTHOR

...view details