ଡେରାଡୁନ:ଉତ୍ତରାଖଣ୍ଡର ବିକାଶନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ଏଥିରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ୍; ୧୩ ମୃତ, ୨ ଆହତ - ମର୍ମନ୍ତୁଦ ସଡକ ଦୁର୍ଘଟଣା
ଚକରାତାରୁ ବିକାଶନଗର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ୧୩ ମୃତ, ୨ ଆହତ । ଅଧିକ ପଢନ୍ତୁ...
ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ୍, ୧୧ମୃତ, ଆନେକ ଆହତ
ମିଳିଥିବା ସୂଚନାଅନୁଯାୟୀ ଆଜି ସକାଳ ୧୦ଟା ସମୟରେ ୧୫ଜଣ ଯାତ୍ରୀଙ୍କୁ ନେଇ ବସଟି ଚକରାତାରୁ ବିକାଶନଗର ଅଭିମୁଖେ ଆସୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୧୩ଜଣଙ୍କର ମୃତ୍ୟୁ ଘଟିଥିଲା । ଏନେଇ ସୂଚନା ପାଇ ଘଟଣାସ୍ଥଳରେ ଏସଡିଆରଏଫ ଏବଂ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି SDRF ଉଦ୍ଧାରକାରୀ ଦଳର HC ଯୋଗେନ୍ଦ୍ର ଭଣ୍ଡାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Oct 31, 2021, 2:15 PM IST