ଓଡିଶା

odisha

ମହରମରେ ଅଘଟଣ: ତାଜିଆ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୪ ମୃତ

By

Published : Jul 29, 2023, 12:14 PM IST

Updated : Jul 29, 2023, 2:24 PM IST

ତାଜିଆ ଶୋଭାଯାତ୍ରା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ ମୃତ । ଝାଡଖଣ୍ଡରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

ମହରମରେ ଅଘଟଣ
ମହରମରେ ଅଘଟଣ

ମହରମରେ ଅଘଟଣ

ରାଞ୍ଚି: ଆଜି ପବିତ୍ର ମହରମରେ ଝାଡଖଣ୍ଡରେ ଏକ ବଡ ଅଘଟଣ ଘଟିଯାଇଛି । ଏଠାରେ ତାଜିଆ ଶୋଭାଯାତ୍ରା ବାହାରିବା ବେଳେ କରେଣ୍ଟ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି(ଶନିବାର) ସକାଳେ ବୋକାରୋ ଅଞ୍ଚଳରେ ମହରମ ପାଳନ ବେଳେ ଏହି ଅଘଟଣ ଘଟିଛି । ଶିଆ ସମ୍ପ୍ରଦାୟ ପକ୍ଷରୁ ସକାଳ ପାଖାପାଖି ୬ଟା ବେଳେ ତାଜିଆ ଶୋଭାଯାତ୍ରା ବାହାରି ଥିଲା । ଦୁର୍ଭାଗ୍ୟବଶତଃ ତାଜିଆ ୧୧ ହଜାର ଭୋଲ୍ଟର ହାଇ ଟେନସନ ବିଦ୍ୟୁତ ତାରରେ ଲାଗିଯାଇଥିଲା । ଫଳରେ ପ୍ରାୟ ୧୦ ଜଣ ଲୋକେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଗୁରୁତରମାନେ ଚିକିତ୍ସାଧୀନ ଅଛନ୍ତି ।

ଆଜି ବୋକାରୋ ଜିଲ୍ଲାର ପେଟୱାର ଥାନା ଅନ୍ତର୍ଗତ ଖେତକୋ ଅଞ୍ଚଳରେ ମୁସଲମାନ ସମ୍ପ୍ରଦାୟଙ୍କ ତାଜିଆ ଶୋଭାଯାତ୍ରା ବାହାରିଥିଲା । ଅସାବଧାନତା ବଶତଃ ତାଜିଆ ରାସ୍ତା ଉପରେ ଝୁଲୁଥିବା ୧୧ ହଜାର ଭୋଲ୍ଟର ହାଇ ଟେନସନ ବିଦ୍ୟୁତ ତାରରେ ଲଗାଯାଇଥିଲା । ଯେଉଁ କାରଣରୁ ତାଜିଆ ଶୋଭାଯାତ୍ରା ପାଇଁ ରଖାଯାଇଥିବା ଏକ ବ୍ୟାଟେରୀ ହଠାତ୍ ଫାଟି ଯାଇଥିଲା । ଲୋକେମାନେ ଚିତ୍କାର କରିବା ସହ ଭୟରେ ଏଣେତେଣେ ଦୌଡିଥିଲେ । ଏହି ବିସ୍ଫୋରଣରେ ଲୋକମାନେ ଗୁରୁତର ଭାବେ ଆହତ ହୋଇଥିଲେ । ଯାହାଫଳରେ ଚାହୁଁ ଚାହୁଁ ମହରମ ଶୋକସଭାରେ ପରିଣତ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Maharashtra: ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ୬ ମୃତ, ୨୫ ଆହତ

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରି ଡିଭିସି ବୋକାରୋ ଥର୍ମାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ଆସିଫ ରଜା, ଏନାମୂଲ ରବ, ଗୁଲାମ ହୁସେନ ଓ ସାଜିଦ ଅନସାରୀ । ସମସ୍ତଙ୍କ ବୟସ ୧୮ରୁ ୩୫ ବର୍ଷ ହେବ । ଆହତମାନଙ୍କୁ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅତି ସଂକଟାପନ୍ନ ରହିଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ମହରମ ପାଇଁ ଚଳଚଞ୍ଚଳ ଭଦ୍ରକ, ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପ୍ରକାଶ ଥାଉକି, ଆଜି ବଡି ଭୋରରେ ମହାରାଷ୍ଟ୍ରରେ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୫ ଯାତ୍ରୀ ଆହତ ହୋଇଛନ୍ତି । ବୁଲଧାନା ଜିଲ୍ଲାର ୬ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2023, 2:24 PM IST

ABOUT THE AUTHOR

...view details