ଅମରାବତି:ଆନ୍ଧ୍ର ପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ପୂର୍ବ ଗୋଦାବରୀ ଜିଲ୍ଲାର ଅନନ୍ତପଲ୍ଲୀରେ ଏହି ଦୁର୍ଘଟଣା ଘଟିଛି । ଏକ ଏସୟୁଭି କାର ଟ୍ରକ ସହ ଧକ୍କା ହେବା ଫଳରେ କାରରେ ଥିବା ୭ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ 2 ଶିଶୁ ମଧ୍ୟ ରହିଛନ୍ତି । ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରାଥମିକ ତଦନ୍ତ ପରେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତକମାନେ ଗୋଟିଏ ପରିବାରର । ସେମାନେ ଏକ ମହିନ୍ଦ୍ରା ଏସୟୁଭି କାରରେ ବିଜୟଓ୍ବାଡାରୁ ରାଜମହେନ୍ଦ୍ରୀ ଯାଉଥିଲେ । ଅନନ୍ତପଲ୍ଲୀ ନିକଚରେ ଏହି ଦୁର୍ଘଟଣା ଘଟିଥିଲା । କାରଟି ଦ୍ରୁତଗତିରେ ଥିବା ବେଳେ ଏକ ଲରି(ଟ୍ରକ)କୁ ପଛରୁ ଧକ୍କା ଦେଇଥିଲା । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଜଣେ ଶିଶୁ ଓ ଦୁଇଜଣ ପୁରୁଷ ରହିଛନ୍ତି । ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଜଣଙ୍କୁ ମୃତ ଘୋଷଣା କରାଯାଇଛି । ଜଣଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି । କାର୍ରେ ମୋଟ ୮ ଜଣ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର ଓ ଟ୍ରକକୁ ଜବତ କରିଛି ।