ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଭୁଶୁଡ଼ିଲା ନିର୍ମାଣାଧିନ କୋଠା । ପ୍ରାଥମିକ ସୂଚନା ଅନୁଯାୟୀ ଭଙ୍ଗା କାନ୍ଥ ଓ ଛାତ ତଳେ ଚାପି ହୋଇ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେବି ଅନେକ ଶ୍ରମିକ ଚାପି ହୋଇ ରହିଥିବା ନେଇ ସୂଚନା ମିଳିଛି । ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସେପଟେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । କୋଠା ନିର୍ମାଣ ହେଉଥିବା ବେଳେ ଅଚାନକ ଏହା ଭୁଶୁଡ଼ି ପଡ଼ିଥିଲା । ଏହି କୋଠାରେ ପ୍ରାୟ ୨୦ରୁ ୨୫ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ।