ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରର ଦେହାତରେ ସଡକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗାଡିର ଡାଲା ଓଲଟି ପଡିବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 8 ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ମୃତାହତ ହୋଇଥିବା ସମସ୍ତ ଲୋକ ହମିରପୁର ଜିଲ୍ଲାର ବୋଲି ସୂଚନା ରହିଛି।
କାନପୁରରେ ଓଲଟିଲା କୋଇଲା ବୋଝେଇ ଗାଡି; 6 ମୃତ, 8 ଗୁରୁତର - road accident
କାନପୁରର ଦେହାତରେ ଓଲଟିଲା କୋଇଲା ବୋଝେଇ ଗାଡି। ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...
![କାନପୁରରେ ଓଲଟିଲା କୋଇଲା ବୋଝେଇ ଗାଡି; 6 ମୃତ, 8 ଗୁରୁତର କାନପୁରରେ ଓଲଟିଲା କୋଇଲା ବୋଝେଇ ଗାଡି; 6 ମୃତ, 8 ଗୁରୁତର](https://etvbharatimages.akamaized.net/etvbharat/prod-images/768-512-10833013-991-10833013-1614652952981.jpg)
କାନପୁରରେ ଓଲଟିଲା କୋଇଲା ବୋଝେଇ ଗାଡି; 6 ମୃତ, 8 ଗୁରୁତର
ସୂଚନା ମୁତାବକ, ଏହି ଗାଡିରେ ଥିବା ସମସ୍ତ ଲୋକ ଶ୍ରମିକ ଅଟନ୍ତି। ଏମାନେ ଉକ୍ତ ଗାଡିରେ ବସି କାମ ପାଇଁ ଇଟାବାର ସିରସାଗଞ୍ଜ ଯାଉଥିବାବେଳେ ହଠାତ କୋଇଲା ବୋଝେଇ ଗାଡିଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ମେଡିକାଲ ଓ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ