ଓଡିଶା

odisha

ETV Bharat / bharat

ଗଛରେ ପିଟିହେଲା ଦୃତଗାମୀ କାର, ୫ମୃତ ୮ ଗୁରୁତର

ଦୃତଗତିରେ କର ଚଳାଇବା ପଡିଲ ଭାରୀ । ପାଞ୍ଚଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର । ଅଧିକ ପଢ଼ନ୍ତୁ

By

Published : Mar 9, 2023, 7:01 AM IST

ଗଛରେ ପିଟିହେଲା ଦୃତଗାମୀ କାର
ଗଛରେ ପିଟିହେଲା ଦୃତଗାମୀ କାର

ଭୋପାଲ: ଦୃତଗତିରେ ଗଡି ଚଳାଇବା ପଡିଲା ମହଙ୍ଗା । ଗଛରେ ପିଟିହେଲା ଦୃତଗାମୀ କାର । ପାଞ୍ଚଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ମାନଞ୍ଜୀ ଗାଁର ହଜତାର ରୋଡ ନିକଟରେ । ତେବେ ଗତ ମଙ୍ଗଳବାର ରାତିରେ ଏକ କର ମାୱାନୀ ଗାଁରୁ ରାଜନଗରକୁ ଯାତ୍ରା କରୁଥିଲା । ତେବେ କାରଟି ଦୃତ ଗତିରେ ଯାଉଥିବା କାରଣରୁ କର ଡ୍ରାଇଭର ସନ୍ତୁଳନ ରକ୍ଷା କରି ପରିଲେ ନାହିଁ । ଫଳରେ ଭାରସ୍ୟମ ହରାଇ କାରଟି ଗଛରେ ପିଟି ହୋଇଥିଲା ।

ତେବେ ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ଭର୍ତ୍ତି କରଥିଲେ । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହଙ୍କୁ ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତର କରିଥିଲା । ତେବେ ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ତିନି ଜଣ ପୁରୁଷଥିବା ସୂଚନା ଦେଇଛି ପୋଲିସ ।

ତେବେ ଡାକ୍ତରଖାନାକୁ ଭର୍ତ୍ତି ହୋଇଥିବା ୮ଜଣ ଆହତଙ୍କ ମଧ୍ୟରୁ ଚାରିଜଣ ସାମାନ୍ୟ ଆହତ ହୋଇଥିବା ବେଳେ ବାକି ଚାରିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଜତାରା ଟ୍ରାଫିକ୍ ଇନ୍ସପେକ୍ଟର ହିମାଂଶୁଙ୍କ କହିଛନ୍ତି , ‘‘ଦ୍ରୁତଗତିରେ ଯାଉଥି୍ବା କାରଣରୁ ବୋଲେରୋଟି ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଫୋର୍ସକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ତେବେ ମୃତକଙ୍କ ନାମ ବିନୋଦ ଲୋଡି, ମୋତିଲାଲ, ରାଜେଶ ଲୋଡି, ପ୍ରେମ ବାଇ, ଏବଂ ଗୁଡି ବାଇ ରହିଛି ।"

ତେବେ ଗତ ୨୪ ତାରିଖରେ ମଧ୍ୟପ୍ରଦେଶରେ ଏକ ଯାତ୍ରୀବହୀ ବସ ଏବଂ ଟ୍ରକ ଧକ୍କା ହୋଇଥିଲା । ଧକ୍କା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଥିଲା । ବସଟି ସିଦ୍ଧ ଜିଲ୍ଲାରୁ ଫେରୁଥିବା ବେଳେ ମୋହାନିଆ ଟନେଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଯାତ୍ରୀମାନେ ଶାବ୍ରି ଜୟନ୍ତୀ ଅବସରରେ ଏକ ମହାକୁମ୍ଭକୁ ଯୋଗଦେଇ ଫେରୁଥିଲେ। ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ନେତାଙ୍କ ଅଂଶଗ୍ରହଣ ଯୋଗ ଦେଇଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details