ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ଭୟଙ୍କର ଦୁର୍ଘଟଣା, ଆଖି ବୁଜିଲେ ୫ - ତେଲେଙ୍ଗାନାରେ ସଡକ ଦୁର୍ଘଟଣା

ବସ୍ ଧକ୍କାରେ ୫ଜଣଙ୍କର ମୃତ୍ୟୁ । କାର୍ ଯୋଗେ ଯାଉଥିବା ବେଳେ ଅଚାନକ ଏକ ବସ୍ ଧକ୍କା ଦେଇଥିଲା । ତେଲେଙ୍ଗନାର କାମାରେଡ୍ଡୀ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଅଧିକ ପଢ଼ନ୍ତୁ

କାମାରେଡିରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗଡ଼ିଗଲା ପାଞ୍ଚ ମୁଣ୍ଡ
କାମାରେଡିରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗଡ଼ିଗଲା ପାଞ୍ଚ ମୁଣ୍ଡ

By

Published : Mar 28, 2022, 5:02 PM IST

ହାଇଦ୍ରାବାଦ: ବସ୍ ଧକ୍କାରେ ୫ଜଣଙ୍କର ମୃତ୍ୟୁ । କାର୍ ଯୋଗେ ଯାଉଥିବା ବେଳେ ଅଚାନକ ଏକ ବସ୍ ଧକ୍କା ଦେଇଥିଲା । ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ କାରରୁ ଖସି ପଡି ପ୍ରାଣ ହରାଇଛନ୍ତି । ଘଟଣାରେ ପାଞ୍ଚ ଜଣ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ବାଳକ ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଯାଇଛି ତେଲେଙ୍ଗାନା କାମାରେଡ୍ଡୀର ମାଖାରେଡି ଜୋନର ଘାନପୁର ଅଞ୍ଚଳରେ । ରାଜ୍ୟ ସଡ଼କ ପରିବହନ (ଆରଟିସି) ବସ୍ ସିର୍କିଲା ଠାରୁ କାମାରେଡ୍ଡୀ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଦୁଇ ମହିଳା ଅଛନ୍ତି । ଆହତ ବାଳକକୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସର ସୂଚନାନୁସାରେ, ବସ୍‌ର ଟାୟାରରେ ବିସ୍ଫୋରଣ ହେତୁ ଏହି ଦୁର୍ଘଟଣା ଘଟିଛି । ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏଥିସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି ।

ଦୁର୍ଘଟଣାରେ ନିଜାମାବାଦ ସହରର କୋଟାଗାଲିରେ ରହୁଥିବା ରାଧା କୃଷ୍ଣ ଏବଂ ତାଙ୍କ ପତ୍ନୀ କଲପାନା, ପୁଅ ଶ୍ରୀରାମ, ରାଧାକୃଷ୍ଣଙ୍କ ଜଣେ ସମ୍ପର୍କୀୟ ମହିଳାଙ୍କ ସମେତ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details