ଶ୍ରୀନଗର: ଜମ୍ମୁ କାଶ୍ମୀରର ଉଦ୍ଧମପୁର(Udhampur) ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାମନଗର ଇଡାକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ରାସ୍ତା କଡକୁ ଖସି ପଡିବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରର ରାମନଗର ଉଦାକ୍ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ କୋଗେରମାର୍ଗ (Kogermarh)କୁ ଯାତ୍ରା କରୁଥିଲା । ହେଲେ କୌଣସି କାରଣ ବଶତଃ ଯାତ୍ରୀବାହୀ ବସଟି ରାସ୍ତା କଡକୁ ଖସି ପଡିଥିଲା । ଯେଉଁଥିରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୫ ଜଣ ଆହତ ହୋଇଥିଲେ ।