ଲକ୍ଷ୍ନୌ:ଉତ୍ତର ପ୍ରଦେଶର ଶ୍ରାବସ୍ତି ଜିଲ୍ଲାରେ ଅତ୍ୟନ୍ତ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗୋଟିଏ କାର୍ ଖାଇକୁ ଓଲଟି ପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ । ଶନିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । କାର୍ ଚାଳକ ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍ ଗାଡି ବୁଲାଇ ଦେଇଥିଲେ । ଫଳରେ କାର୍ ଏକ ଗଛରେ ପଟି ହୋଇ ଖାଇକୁ ଖସି ପଡିଥିଲା । ଫଳରେ ଦୁଇ ଜଣ ଶିଶୁଙ୍କ ସମେତ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଚାଲି ଯାଇଛି ।
ପୋଲିସର ସୂଚନା ଅନୁସାରେ, ବୈଭବ ଗୁପ୍ତା ନାମକ ବ୍ୟକ୍ତିଙ୍କ ଘର ନେପାଳର ନେପାଳଗଞ୍ଜ ଅଞ୍ଚଳରେ । ଗତକାଲି ବୈଭବ ନିଜର ପରିବାର ଲୋକଙ୍କ ସହ ଶ୍ରାବସ୍ତି ଜିଲ୍ଲା ବଳରାମପୁରରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ଏହାପରେ ସନ୍ଧ୍ୟାରେ ପୁଣିଥରେ କାରରେ ନେପାଳଗଞ୍ଜ ଫେରୁଥିଲେ । ବଳରାମପୁର ଜାତୀୟ ରାଜପଥରେ କାର୍ ଆଗକୁ ବଢୁଥିବା ବେଳେ ହଠାତ୍ ଗୋଟିଏ ଗାଈ ସାମ୍ନାକୁ ଚାଲି ଆସିଥିଲା । ଫଳରେ କାର୍ ଡ୍ରାଇଭର ଗାଈକୁ ବଞ୍ଚାଇ ଯାଇ ଭାରସାମ୍ୟ ହରାଇଥିଲେ ଏବଂ ଗାଡି ଏକ ଗଛରେ ପିଟି ହୋଇ ପାଖରେ ଥିବା ଖାଇକୁ ଓଲଟି ପଡିଥିଲା । ଦୁର୍ଘଟଣାରେ କାର୍ ପୁରା ଚୁରମାର୍ ହୋଇଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ଟ୍ରାକ୍ଟର-ଡମ୍ଫର ମୁହାଁମୁହିଁ ଧକ୍କା: ୫ ମୃତ, ୧୬ ଆହତ