ଲକ୍ଷ୍ନୌ:ଏମିତି ବି ଆସେ ମୃତ୍ୟୁ । ଟାୟାର ପମ୍ପଚର ହୋଇଯିବାରୁ ରାସ୍ତାକଡ଼ରେ ଛିଡା ହୋଇଥିଲା ବସ୍ । ଆଉ ଏକ ବସରେ ଯାତ୍ରୀଙ୍କୁ ବସା ଯାଉଥିଲା । ଠିକ୍ ଏତିକି ବେଳେ ପଛପଟୁ ଆସି ବସ୍କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ । ଗୁରୁବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗୋରଖପୁର-କୁଶିନଗର ରାଜପଥରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଗୋରଖପୁର ଜିଲ୍ଲା ହସ୍ପିଟାଲ ଓ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ଡାକ୍ତରଙ୍କ କହିବା ମୁତାବକ, ଆହତଙ୍କୁ ମଧ୍ୟରୁ ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଦୁର୍ଘଟଣା ସୂଚନା ପାଇ ସିଟି ଏସପି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଏଯାଏଁ ମୃତକମାନଙ୍କ ପରିଚୟ ମିଳିପାରିନି । ପୋଲିସ ସେମାନଙ୍କୁ ଚିହ୍ନଟ କରିବାକୁ ଛାନଭିନ୍ ଚଳାଇଛି । ପୋଲିସର କହିବା ଅନୁସାରେ, ସରକାରୀ ବସ୍ ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଗୋରଖପୁରରୁ ପଡରୌନା ଅଭିମୁଖେ ଯାତ୍ରା କରୁଥିଲା । ଜଗଦୀଶପୁରର ମଲ୍ଲପୁର ନିକଟରେ ବସର ଟାୟାର ପମ୍ପଚର ହୋଇଯାଇଥିଲା । ତେଣୁ ଡ୍ରାଇଭର ଗାଡ଼ିକୁ ରାସ୍ତାକଡ଼ରେ ଛିଡା କରିଥିଲେ ।
ଏହାମଧ୍ୟ ପଢନ୍ତୁ: Road Mishap: କେନାଲକୁ ଖସିପଡିଲା କାର୍, ପାଣିରେ ବୁଡି ୫ ମୃତ