ନୂଆଦିଲ୍ଲୀ:21 ତାରିଖରେ ବିଶ୍ବ ପାଳିବ 8ମ ଅନ୍ତର୍ଜାତୀୟ ଯୋଗ ଦିବସ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ଗୁଜୁରାଟର ଷ୍ଟାଚ୍ୟୁ ଅଫ ୟୁନିଟରେ ଆୟୋଜିତ ବିଶେଷ ଯୋଗ ସମାରୋହରେ ଅଂଶଗ୍ରହଣ କରିବେ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । ସେହିପରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂର ପ୍ୟାଲେସ ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ସାମିଲ ହେବା ସହ ଦେଶକୁ ସମ୍ବୋଧିତ କରିବେ ।
International Yoga Day: ଷ୍ଟାଚ୍ୟୁ ଅଫ ୟୁନିଟ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ - ଅନ୍ତର୍ଜାତୀୟ ଯୋଗ ଦିବସ
8ମ ଅନ୍ତର୍ଜାତୀୟ ଯୋଗ ଦିବସରେ ଷ୍ଟାଚ୍ୟ ଅଫ ୟୁନିଟିରେ ଯୋଗ ସମାରୋହରେ ଯୋଗ ଦେବେ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବ୍ୟ । କର୍ଣ୍ଣାଟକର ମହୀଶୂରରୁ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ
International Yoga Day: ଷ୍ଟାଚ୍ୟ ଅଫ ୟୁନିଟରେ ସାମିଲ ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଦୂରଦର୍ଶନରେ ସକାଳ 6:40 ରୁ 7:00 ପର୍ଯ୍ୟନ୍ତ ଏହି ସମ୍ବୋଧନ କାର୍ଯ୍ୟକ୍ରମ ପ୍ରସାରିତ ହେବ । ପ୍ରତିବର୍ଷ ଜୁନ 21 ତାରିଖକୁ ସାରା ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଜାତିସଂଘର ମାନ୍ୟତା ପାଇବା ପରେ ଅନ୍ତର୍ଜାତୀୟ ଯୋଗ ଦିବସ ଚଳିତ ଥର 8ମ ବର୍ଷରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ