ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ରେକର୍ଡ ଭାଙ୍ଗିଛି ଟୀକାକରଣ । ମୋଦିଙ୍କ ଜନ୍ମ ଦିନରେ ହୋଇଛି ମେଗା ଟୀକାକରଣ କାର୍ଯ୍ୟକ୍ରମ । ୨ କୋଟିରୁ ଅଧିକ ଡୋଜ ଦେଇ ରେକର୍ଡ ସୃଷ୍ଟି କରିଛି ଭାରତ । ଏହି ଅବସରରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ପହଁଞ୍ଚି ଏହି ରେକର୍ଡର ଖୁସି ବାଣ୍ଟିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।
ଦେଶର ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଭ୍ୟାକ୍ସିନ ସେବାକୁ ଚରିତାର୍ଥ କରିଥିବାରୁ ସ୍ବାସ୍ଥ୍ୟ କର୍ମୀ ଏବଂ ଦେଶବାସୀଙ୍କ ପକ୍ଷରୁ ଏହା ପ୍ରଧାନମନ୍ତ୍ରୀଙ୍କୁ ଉପହାର ବୋଲି କହିଛନ୍ତି ମାଣ୍ଡବ୍ୟ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭାରତ ୨କୋଟି କୋଟିରୁ ଅଧିକ ଟୀକାକରଣ କରି ଐତିହାସିକ ଓ ଏକ ନୂତନ ରେକର୍ଡ ସୃଷ୍ଟି କରିଥିବା ଟ୍ବିଟରେ ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।