ଓଡିଶା

odisha

ETV Bharat / bharat

ମନସୁଖ ହିରେନ ହତ୍ୟା ମାମଲା: ସୁନୀଲ ମନେଙ୍କ ଘରେ NIAର ରେଡ୍‌ - ମନସୁଖ ହିରେନ ହତ୍ୟା ମାମଲା

ମନସୁଖ ହିରେନ ହତ୍ୟା ମାମଲାରେ ପଞ୍ଚମ ଅଭିଯୁକ୍ତ ମୁମ୍ବାଇ ପୋଲିସର ଇନ୍ସପେକ୍ଟର ସୁନୀଲ ମନେଙ୍କ ଘରେ ଏନଆଇଏ ରେଡ । ଅଧିକ ପଢନ୍ତୁ...

ମନସୁଖ ହିରେନ ହତ୍ୟା ମାମଲା: ସୁନୀଲ ମନେଙ୍କ ଘରେ ଏନଆଇଏ
ମନସୁଖ ହିରେନ ହତ୍ୟା ମାମଲା: ସୁନୀଲ ମନେଙ୍କ ଘରେ ଏନଆଇଏ

By

Published : Apr 26, 2021, 1:49 PM IST

ମୁମ୍ବାଇ:ମନସୁଖ ହିରେନ ହତ୍ୟା ମାମଲାରେ ପଞ୍ଚମ ଅଭିଯୁକ୍ତ ମୁମ୍ବାଇ ପୋଲିସର ଇନ୍ସପେକ୍ଟର ସୁନୀଲ ମନେଙ୍କ ଘରେ ଏନଆଇଏ ରେଡ କରିଛି । କିଛି ଡକ୍ୟୁମେଣ୍ଟ ସହିତ ଏକ ନାଲି କାର ଜବତ କରିଛି ଏନଆଇଏ ।ଗତକାଲି ସୁନିଲଙ୍କୁ ପଚରାଉଚରା କରାଯାଇଥିଲା । ଘଟଣାସ୍ଥଳକୁ ତାଙ୍କୁ ନିଆଯାଇ ତଦନ୍ତ କରିଥିଲା ଏନଆଇଏ ।

ସୂଚନା ଥାଉକି, ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରେ ମିଳିଥିଲା ବିସ୍ଫୋରକ ଜିଲେଟିନ ଭର୍ତ୍ତି ଗାଡି । ଏହି ଗାଡିର ମାଲିକ ଥିଲେ ମନସୁଖ ହିରେନ । ଘଟଣାର କିଛି ଦିନ ପରେ ମିଳିଥିଲା ମନସୁଖଙ୍କ ମୃତଦେହ । ଏହାପରେ ପରିବାର ଲୋକେ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । ଏହି ମାମଲାରେ ୱାଜେଙ୍କୁ ଗିରଫ କରାଯିବା ସହିତ ମୁମ୍ବାଇ ପୋଲିସରୁ ତାଙ୍କୁ ନିଲମ୍ବନ କରାଯାଇଥିଲା ।

ଏହାପୂର୍ବରୁ ଆଣ୍ଟିଲିଆ ବାହାରେ ବିସ୍ଫୋଟକ ଭର୍ତ୍ତି ଗାଡି ଜବତ ମାମଲାରେ ଯାଞ୍ଚ କରୁଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ଅନ୍ୟପକ୍ଷେ ଗାଡିର ମାଲିକ ମନସୁଖ ହିରେନର ମୃତଦେହ ମିଳିବା ଘଟଣାରେ ତାଙ୍କ ସ୍ତ୍ରୀଙ୍କ ବୟାନ ଓ ଦାଏର ହୋଇଥିବା ହତ୍ୟା ମାମଲାର ଯାଞ୍ଚ ଏବେ ବି ମହାରାଷ୍ଟ୍ର ଏଟିଏସ ପାଖରେ ରହିଥିଲା । ପରେ କୋର୍ଟଙ୍କ ଆଦେଶ ପରେ ଉଭୟ ମାମଲାର ଯାଞ୍ଚ କରୁଛି ଏନଆଇଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details