ମୁମ୍ବାଇ: ମୃତ୍ୟୁ ପୂର୍ବରୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ମନସୁଖ ହିରେନ । ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମନସୁଖ । ଅଭିଯୋଗରେ ବରିଷ୍ଠ ଅଧିକାରୀଙ୍କ ନାଁ ରହିଛି ।
ଅମ୍ବାନୀଙ୍କ ଘର ସାମ୍ନାରୁ ବିସ୍ଫୋରକ ଗାଡି ମିଳିବା ଘଟଣା: ମାନସିକ ନିର୍ଯାତନା ଅଭିଯୋଗ କରିଥିଲେ ହିରେନ - Home Minister
ମୃତ୍ୟୁ ପୂର୍ବରୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ମନସୁଖ ହିରେନ । ଅଧିକ ପଢନ୍ତୁ...
ମନସୁଖ ହିରେନ
ମନସ୍ତତ୍ତ୍ବବିତ୍ ଦ୍ବାରା ସମାନ ପ୍ରଶ୍ନ ବାରମ୍ବାର ପଚରାଯାଇଥିଲା ଓ ସେ ସେହି ସମାନ ଉତ୍ତର ହିଁ ଦେଇଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ତାଙ୍କୁ ମାନସିକ ଅତ୍ୟାଚାର ଦିଆଯାଉଥିଲା । ନିକଟରେ ମହାରାଷ୍ଟ୍ରର ଥାନେ ଅଞ୍ଚଳରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ ମିଳିଥିବା ମହିନ୍ଦ୍ରା ସ୍କୋର୍ପିଓର ମାଲିକ ହେଉଛନ୍ତି ହିରେନ । ସେ ଗୁରୁବାରରୁ ନିଖୋଜ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ