ଓଡିଶା

odisha

ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମନୋଜ ତିୱାରୀ

By

Published : Mar 27, 2021, 7:00 PM IST

ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବିଜେପି ନେତା ମନୋଜ ତିୱାରୀ । ଆସାମର ରତାବାରୀ ନିର୍ବାଚନୀ ମଣ୍ଡଳୀରେ ଯିବା ସମୟରେ ଦୁର୍ଘଟଣାଟି ଟଳି ଯାଇଛି । ଅଧିକ ପଢନ୍ତୁ...

ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମନୋଜ ତିୱାରୀ
ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବିଜେପି ନେତା ମନୋଜ ତିୱାରୀ । ଦୁର୍ଘଟଣାରୁ ରକ୍ଷା ପାଇଗଲା ନେତାଙ୍କ ହେଲିକପ୍ଟର । ଆସାମର ରତାବାରୀ ନିର୍ବାଚନୀ ମଣ୍ଡଳୀରେ ପ୍ରଚାରକୁ ଯିବା ସମୟରେ ହେଲିକପ୍ଟରଟି ମେଘାଳୟର ଏକ ପାହାଡକୁ ଧକ୍କା ଦେଉ ଦେଉ ବର୍ତ୍ତିଯାଇଛି ।

ଦଳୀୟ ନିର୍ବାଚନୀ ପ୍ରଚାର ପାଇଁ ମନୋଜ ତିୱାରୀ ଆସାମ ଗସ୍ତରେ ଯାଇଥିଲେ । ସେଠାରେ ସେ ଖାନପାରାସ୍ଥିତି ଅସ୍ଥାୟୀ ହେଲିପ୍ୟାଡରୁ ରାବବାରୀ ଅଭିମୁଖେ ବାହାରିଥିଲେ । ଏହି ସମୟରେ ମେଘାଳୟ ପାହାଡ ଅତିକ୍ରମ କରୁଥିବାବେଳେ ଶ୍ରୀଲଙ୍କା ପାଇଲଟଙ୍କ ଅଭିଜ୍ଞତା ଯୋଗୁଁ ଜୀବନ ବର୍ତ୍ତି ଯାଇଥିବା କହିଛନ୍ତି ମନୋଜ ।

ଆଜି ଠାରୁ ଆସାମରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟ ଦେଇ ଭୋଟିଂ କରାଯିବ । ଆସନ୍ତା ମେ 2 ତାରିଖରେ ଆସିବ ନିର୍ବାଚନ ଫଳାଫଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details