ଓଡିଶା

odisha

ETV Bharat / bharat

ଓଡିଆ ପୁଅକୁ ଗୁରୁ ଦାୟିତ୍ବ: ହୋଣ୍ଡୁରସରେ ଭାରତୀୟ ରାଷ୍ଟ୍ରଦୂତ ହେଲେ ମନୋଜ କୁମାର ମହାପାତ୍ର

ହୋଣ୍ଡୁରସରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଛନ୍ତି ମନୋଜ । ଗୁରୁବାର ତାଙ୍କୁ ଏହି ନୂଆ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

By

Published : Feb 4, 2022, 7:46 AM IST

ହୋଣ୍ଡରସରେ ଭାରତୀୟ ରାଷ୍ଟ୍ରଦୂତ ହେଲେ ମନୋଜ କୁମାର ମହାପାତ୍ର
ହୋଣ୍ଡରସରେ ଭାରତୀୟ ରାଷ୍ଟ୍ରଦୂତ ହେଲେ ମନୋଜ କୁମାର ମହାପାତ୍ର

ନୂଆଦିଲ୍ଲୀ: ଆଇଏଫଏସ ଅଧିକାରୀ ମନୋଜ କୁମାର ମହାପାତ୍ରଙ୍କୁ ନୂଆ ଦାୟିତ୍ବ । ହୋଣ୍ଡୁରସରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଛନ୍ତି ମନୋଜ । ଗୁରୁବାର ତାଙ୍କୁ ଏହି ନୂଆ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର ।

ବର୍ତ୍ତମାନ ଗ୍ବାଟେମେଲାର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଛନ୍ତି ମନୋଜ । ଏକାସଙ୍ଗରେ କେନ୍ଦ୍ରୀୟ ଆମେରିକାର ଦୁଇଟି ସହର ଗ୍ବାଟେମେଲା ଓ ହୋଣ୍ଡୁରସରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ତୁଲାଇବେ ମନୋଜ । ସେ ଖୁବ ଶୀଘ୍ର ଦାୟିତ୍ବ ଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଓଡିଶାର 2000-ବ୍ୟାଚ୍ ଆଇଏଫଏସ ବର୍ତ୍ତମାନ ଗ୍ବାଟେମେଲାର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ମହାପାତ୍ର ଗ୍ବାଟେମେଲାର ସହରରୁ ହୋଣ୍ଡୁରାସରେ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବ ।

@ANI

ABOUT THE AUTHOR

...view details