ଓଡିଶା

odisha

ETV Bharat / bharat

ମନ କି ବାତ୍‌: କ୍ରୀଡା କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ପ୍ରଦର୍ଶନକୁ ମୋଦିଙ୍କ ପ୍ରଶଂସା

କ୍ରୀଡାକ୍ଷେତ୍ରରେ ଦେଶର ନାରୀଶକ୍ତିର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

ମନ କି ବାତ୍‌: କ୍ରୀଡା କ୍ଷେତ୍ରରେ ଭାରତର ନାରୀଶକ୍ତିର ପ୍ରଦର୍ଶନକୁ ମୋଦିଙ୍କ ପ୍ରଶଂସା
ମନ କି ବାତ୍‌: କ୍ରୀଡା କ୍ଷେତ୍ରରେ ଭାରତର ନାରୀଶକ୍ତିର ପ୍ରଦର୍ଶନକୁ ମୋଦିଙ୍କ ପ୍ରଶଂସା

By

Published : Mar 28, 2021, 1:26 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର 75ତମ ମନ କି ବାତ୍‌ କାର୍ଯ୍ୟକ୍ରମର ସଂସ୍କରଣରେ ଦେଶବାସୀଙ୍କୁ ନିଜର ମନକଥା କହିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ମୋଦି କ୍ରୀଡାକ୍ଷେତ୍ରରେ ଦେଶର ନାରୀଶକ୍ତି ବା ମହିଳା ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।

ଭାରତ ମହିଳା କ୍ରିକେଟ ଟିମର ପୂର୍ବତନ କ୍ୟାପେଟନ ତଥା ବ୍ୟାଟ୍ସମ୍ୟାନ ମିତାଲି ରାଜଙ୍କୁ ମୋଦି ଏହି କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ମିଥାଲି ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟରେ 10 ହଜାର ରନର ଲକ୍ଷ୍ୟକୁ ପୂରଣ କରିଛନ୍ତି । ଏହାସହିତ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ 7000 ରନ କରି ପ୍ରଥମ ଅନ୍ତର୍ଜାତୀୟ ମହିଳା କ୍ରିକେଟର ଭାବେ ରେକର୍ଡ ସୃଷ୍ଟି କରିଛନ୍ତି । ମିଥାଲିଙ୍କ ସମ୍ପର୍କରେ ମନ କି ବାତ କାର୍ଯ୍ୟକ୍ରମରେ କହିବାକୁ ଇନ୍ଦୋର ଜଣେ ଯୁବତୀ ସୌମ୍ୟା ପ୍ରଧାନମନ୍ତ୍ରୀଙ୍କୁ କହିଥିବା ମୋଦି କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ । ଏହାସହିତ ସେ ସୌମ୍ୟାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କ୍ରିକେଟର ମିଥାଲିଙ୍କ ସମ୍ପର୍କରେ ଆହୁରି କହିଛନ୍ତି ଯେ ମିତାଲି 2 ଦଶକ ଧରି ମହିଳା କ୍ରିକେଟ ଟିମରେ ଖେଳି ଦେଶରେ ଲକ୍ଷାଧିକଙ୍କୁ ପ୍ରେରିତ କରିଛନ୍ତି । ତେବେ ତାଙ୍କର ସଫଳତା ଓ କଠିନ ପରିଶ୍ରମ ଉଭୟ ମହିଳା ଓ ପୁରୁଷ କ୍ରିକେଟରଙ୍କୁ ମଧ୍ୟ ପ୍ରେରଣା ଯୋଗାଇଛି ବୋଲି ମୋଦି କହିଛନ୍ତି । ମିଥାଲିଙ୍କ ସମେତ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି । ସିନ୍ଧୁ BWF Swiss Open Superର 300ତମ ଟୁର୍ଣ୍ଣାମେଣ୍ଟରେ ସିଲଭର ମେଡାଲ ଜିତି ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି ।

ମାର୍ଚ୍ଚ ମାସରେ ଦେଶ ମହିଳା ଦିବସ ପାଳନ କରୁଥିବା ବେଳେ ଦେଶର ମହିଳା ଖେଳାଳିମାନେ ମେଡିଲା ଜିତିବା ସହିତ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି । ତେବେ ଦିଲ୍ଲୀରେ ଆୟୋଜିତ ହୋଇଥିବା ISSF ବିଶ୍ବକପରେ ଭାରତ ଶୀର୍ଷ ସ୍ଥାନରେ ରହିଥିବା ବେଳେ ସ୍ବର୍ଣ୍ଣପଦକକୁ ମଧ୍ୟ ଭାରତ ହାତେଇଥିଲା । ଯାହାକି ଦେଶର ଉଭୟ ମହିଳା ଓ ପୁରୁଷଙ୍କ ଉତ୍ତମ ପ୍ରଦର୍ଶନକୁ ସୂଚିତ କରୁଛି ବୋଲି ମୋଦି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details