ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ । ଆଜି ଦ୍ବିତୀୟ ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହେବେ ସିସୋଦିଆ । ଅପରାହ୍ନ ସମୟରେ ତାଙ୍କୁ କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି । ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ ପରେ ଅଧିକ ତଦନ୍ତ ପାଇଁ ପ୍ରଥମେ 5 ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । କିନ୍ତୁ ସେ ତଦନ୍ତର ସହଯୋଗ ନକରିବାରୁ ତାଙ୍କୁ ଗତ 4 ତାରିଖ ଦିନ କୋର୍ଟରେ ହାଜର ପରେ ପୁଣି ଥରେ ତିନି ଦିନିଆ ରିମାଣ୍ଡରେ ଆଣିଥିଲା ସିବିଆଇ । ଆଜି ରିମାଣ୍ଡର ଶେଷଦିନ ।
ଗତ ମାସ 26 ତାରିଖରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହୋଇଥିଲେ ସିସୋଦିଆ । ସେଠାରେ ଦୀର୍ଘ ୮ ଘଣ୍ଟା ଜେରା ଜେରା କରାଯାଇଥିଲା । କିନ୍ତୁ ଜେରା ସମୟରେ ସିବିଆଇକୁ ସହଯୋଗ କରିଥିଲେ ସିସୋଦିଆ । ତେଣୁ ପ୍ରମାଣ ନଷ୍ଟ କରିବା ପରି ଅଭିଯୋଗରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଗିରଫଦାରୀର ଗୋଟିଏ ଦିନ ପରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରି ଅଧିକ ଜେରାର ଅବଶ୍ୟକତା ଦର୍ଶାଇ 5 ଦିନିଆ ରିମାଣ୍ଡ ମାଗିଥିଲା ସିବିଆଇ । କୋର୍ଟଙ୍କ ଅନୁମତି ପରେ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା । କିନ୍ତୁ ରିମାଣ୍ଡ ସମୟରେ ମନୀଷ ସିସୋଦିଆ ସିବିଆଇକୁ ସହଯୋଗ କରିନଥିଲେ।