ଓଡିଶା

odisha

ETV Bharat / bharat

CBI ହେପାଜତରେ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଅଭିଯୋଗ ଆଣିଲା AAP

CBI ହେପାଜତରେ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଦଳର ବରିଷ୍ଠ ନେତା ସଂଞ୍ଜୟ ସିଂ । କହିଲେ ଅଭିଯୋଗ ସ୍ବୀକାର କରିବାକୁ ଚାପ ପକାଉଛନ୍ତି ତଦନ୍ତକାରୀ ଅଧିକାରୀ । ଅଧିକ ପଢନ୍ତୁ

CBI ହେପାଜତରେ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଅଭିଯୋଗ ଆଣିଲା AAP
CBI ହେପାଜତରେ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଅଭିଯୋଗ ଆଣିଲା AAP

By

Published : Mar 5, 2023, 7:36 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ CBI ରିମାଣ୍ଡରେ ଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛି ଦଳ । ଗତକାଲି ସିସୋଦିଆଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହୋଇଥିବା ବେଳେ ତାଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ପଠାଇଥିଲେ କୋର୍ଟ । ଜେରାରେ ସହଯୋଗ ନକରିବା ଅଭିଯୋଗ କରି ତଦନ୍ତକାରୀ ସଂସ୍ଥା ରିମାଣ୍ଡ ଅବଧି ବଢାଇବା ପାଇଁ କୋର୍ଟରେ ନିବେଦନ କରିଥିଲା । ସିସୋଦିଆ CBI କଷ୍ଟଡିରେ ଆସନ୍ତାକାଲି(୬ ତାରିଖ) ପର୍ଯ୍ୟନ୍ତ ରହିବେ । କାଲି ତାଙ୍କୁ ପୁଣି କୋର୍ଟରେ ହାଜର କରାଯିବ । ଏବେ ଦଳ ପକ୍ଷରୁ ତାଙ୍କୁ ଜେରା ସମୟରେ ମାନସିକ ନିର୍ଯାତନାର ଶିକାର ହେବାକୁ ପଡୁଥିବା ଅଭିଯୋଗ ହୋଇଛି ।

ବରିଷ୍ଠ ଆପ୍‌ ନେତା ତଥା ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, ମିଥ୍ୟା ମାମଲାରେ ସିସୋଦିଆଙ୍କୁ ଗିରଫ କରାଯିବା ପରେ ତାଙ୍କୁ ମିଥ୍ୟା ଅଭିଯୋଗକୁ ସ୍ବୀକାର କରିବା ପାଇଁ ତଦନ୍ତକାରୀ ସଂସ୍ଥା ଚାପ ପ୍ରୟୋଗ କରୁଛି । ତାଙ୍କୁ କଷ୍ଟଡିରେ ଜେରା ବେଳେ ମାନସିକ ଭାବେ ନିର୍ଯାତନା ମଧ୍ୟ ଦେଉଛନ୍ତି ତଦନ୍ତକାରୀ ସଂସ୍ଥାର ଅଧିକାରୀ । ଗତ ୬ଦିନ ଧରି ତାଙ୍କ ସହ ଏପରି କରାଯାଉଥିବା ସେ ତାଙ୍କ ଓକିଲ ମାଧ୍ୟମରେ ଜଣାଇଛନ୍ତି ।

ଆହୁରି ମଧ୍ୟ ସଞ୍ଜୟ ସିଂ କହିଛନ୍ତି, ସିସୋଦିଆ ଦିଲ୍ଲୀର ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଛନ୍ତି । ମନୀଷ ସିସୋଦିଆଙ୍କ ଶିକ୍ଷା ପ୍ରଣାଳୀକୁ ଦେଖିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ମଧ୍ୟ ଦିଲ୍ଲୀ ଆସିଥିଲେ । ହେଲେ ସେପରି ଜଣେ ବ୍ୟକ୍ତିଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇ ତଦନ୍ତକାରୀ ସଂସ୍ଥା ପକ୍ଷରୁ ନିର୍ଯାତନା ଦିଆଯାଉଛି ।

ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତମାସ ୨୬ ତାରିଖରେ ପ୍ରାୟ 8 ଘଣ୍ଟାରୁ ଅଧିକ ସମୟ ଜେରା ପରେ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ତାଙ୍କ ବିରୋଧରେ ଏହି ମାମଲାରେ ପୂର୍ବରୁ ମଧ୍ୟ ତଦନ୍ତ ଜାରି ରହିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପୂର୍ବରୁ ମଧ୍ୟ ସିସୋଦିଆଙ୍କ ଘରେ ରେଡ୍‌ କରିସାରିଥିଲେ । ଫେବୃଆରୀ ୨୬ରେ ତାଙ୍କୁ ସମନରେ ଡକାଯାଇ ପ୍ରାୟ 8 ଘଣ୍ଟା ଧରି ଜେରା କରାଯାଇଥିଲା । ସେହିଦିନ ସନ୍ଧ୍ୟାରେ ତାଙ୍କୁ ଗିରଫ କରିଥିଲା ତଦନ୍ତକାରୀ ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details