ଓଡିଶା

odisha

ETV Bharat / bharat

liquor Policy Case: ମେ’ 12 ଯାଏଁ ବଢିଲା ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି - ଆମ ଆଦମୀ ପାର୍ଟି

ଆସନ୍ତା ମାସ 12 ଯାଏ ବଢିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି । ଆଜି ରାଉଜ ଆଭିନ୍ୟୁ କୋର୍ଟରେ ସିସୋଦିଆଙ୍କୁ କରାଯାଇଥିଲା ହାଜର । କାଲି ଇଡି ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି । ଅଧିକ ପଢନ୍ତୁ

ମେ’ 12 ଯାଏ ବଢିଲା ସିସୋଦିଆଙ୍କ ନାୟିକ ହାଜତ ଅବଧି
ମେ’ 12 ଯାଏ ବଢିଲା ସିସୋଦିଆଙ୍କ ନାୟିକ ହାଜତ ଅବଧି

By

Published : Apr 27, 2023, 4:18 PM IST

ନୂଆଦିଲ୍ଲୀ:ଅବକାରୀ ଘୋଟାଲା ମାମଲରେ ପୁଣି ବଢିଲା ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି । ଆଜି (ଗୁରୁବାର) ପୂର୍ବ ଅବଧି ଶେଷ ହୋଇଥିବା ବେଳେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ସିସୋଦିଆଙ୍କୁ ହାଜର କରାଯାଇଥିଲା । କୋର୍ଟ ପୁଣି ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତ ଅବଧିକୁ ବୃଦ୍ଧି କରିଛନ୍ତି ।

ଆଜି ଶୁଣାଣିରେ ସିସୋଦିଆଙ୍କ ଓକିଲ କୋର୍ଟଙ୍କୁ କହିଥିଲେ, ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହା ସ୍ପଷ୍ଟ କରୁ ଏହି ମାମଲାର ତଦନ୍ତ ଶେଷ ହୋଇଛି କି ନାହିଁ । ସିସୋଦିଆଙ୍କ ଓକିଲ ପ୍ରଶ୍ନରେ କୋର୍ଟ ସିବିଆଇ ଠାରୁ ଉତ୍ତର ଚାହିଁଥିଲେ । ମାମଲାର ତଦନ୍ତ ଶେଷ ହୋଇସାରିଥିବା କୋର୍ଟକୁ ଅବଗତ କରିଥିଲା ସିବିଆଇ । ଗତ ମଙ୍ଗଳାବାର ସିବିଆଇ ସିସୋଦିଆଙ୍କ ବିରୋଧରେ ଏକ ମଧ୍ୟବର୍ତ୍ତୀକାଳୀନ ଚାର୍ସସିଟ ମଧ୍ୟ ଦାଖଲ କରିସାରିଛି । ଏଥିରେ ସିସୋଦିଆଙ୍କ ସମେତ ଅନ୍ୟ କେତେକଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।

ମଙ୍ଗଳବାର ମାମଲାର ତଦନ୍ତ କରୁଥିବା ସିବିଆଇ ଦିଲ୍ଲୀର ରାଉଜ-ଆଭିନ୍ୟୁ କୋର୍ଟରେ ଏହି ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ୍‌ ଦାଖଲ କରିଥିଲା । ମନୀଷ ସିସୋଦିଆଙ୍କ ସହ ଏଥିରେ ବୁଚ୍ଚି ବାବୁ, ଅର୍ଜୁନ ପାଣ୍ଡେ, ଅମନଦ୍ବୀପ ସିଂ ଓ ତେଲେଙ୍ଗାନା ଏମଏଲସି କେ.କବିତାଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି । ଫେବୃଆରୀ 20ରେ ଗିରଫ ହୋଇଥିବା ସିସୋଦିଆ ଏବେ ତିହାର ଜେଲରେ ରହିଛନ୍ତି ।

ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମନିଲଣ୍ଡ୍ରିଂ ମାମଲାରେ ସିସୋଦିଆ ଆବେଦନ କରିଥିବା ଜାମିନ ପିଟିସନ ଉପରେ ଆସନ୍ତାକାଲି ଶୁଣାଣି ହେବ । ପୂର୍ବରୁ ଏକାଧିକ ଥର ତାଙ୍କ ଜାମିନ ଖାରଜ ହୋଇସାରିଥିବା ବେଳେ କୋର୍ଟ 28 ତାରିଖରେ ସିସୋଦିଆଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା କରାଯାଇଥିବା ମନିଲଣ୍ଡ୍ରିଂ ମାମଲାରେ ଜାମିନ ଆବେଦନ ଉପରେ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Excise policy case: ସିସୋଦିଆଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI

ଏବେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ତାଙ୍କୁ ଜେଲରେ ରଖିବାର ଆବଶ୍ୟକତା ନାହିଁ ବୋଲି ସିସୋଦିଆ ତାଙ୍କ ବେଲ ପିଟିସନରେ ଉଲ୍ଲେଖ କରିଥିବା ମଧ୍ୟ ସୂଚନା ମିଳିଛି । ସିସୋଦିଆ ଗିରଫ ହୋଇ ଜେଲ ଯିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏବେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ରାଡାରରେ ରହିଛନ୍ତି । ନିକଟରେ ସିବିଆଇ ତାଙ୍କୁ ମଧ୍ୟ 9 ଘଣ୍ଟା ଜେରା କରିଥିଲା । ଉଭୟ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଏହି ବହୁଚର୍ଚ୍ଚିତ ଅବକାରୀ ନୀତି ଘୋଟାଲା ମାମଲାର ତଦନ୍ତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details