ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପୁଣି ବଢିଲା ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି। ଆଜି ରାଉଜ ଆଭିନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧିକୁ ଆସନ୍ତା ମାସ ଅର୍ଥାତ ଜୁନ 1 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ସକାଳ 10ଟା 30 ମିନିଟରେ ଏକ ସ୍ବତନ୍ତ୍ର ସିବିଆଇ ଜଜ ଏମ.କେ ନାଗପାଲ ଏହି ଶୁଣାଣି କରି ସିସୋଦିଆଙ୍କ ହାଜତ ଅବଧିକୁ ବଢାଇବା ନେଇ ରାୟ ଶୁଣାଇଥିଲେ। ଆଜି ଏକ ନୀଳ ରଙ୍ଗର ସାର୍ଟ ପିନ୍ଧି କୋର୍ଟ ପରିସରରେ ପହଞ୍ଚିଥିଲେ ସିସୋଦିଆ। ଏହାପୂର୍ବରୁ ମନି ଲଣ୍ଡରିଂ ମାମଲାରେ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ 23 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଯାହା ଆଜି ଶେଷ ହୋଇଛି।
Delhi Liquor Scam: ଜୁନ 1 ଯାଏଁ ବଢିଲା ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି - ଦିଲ୍ଲୀ ଅବକାରୀ ନୀତି ମାମଲା
ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୁଣି ଜୁନ 1 ଯାଏଁ ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି । ଆଜି କୋର୍ଟରେ ହାଜର ହୋଇଥିଲେ ସିସୋଦଆ । ଅଧିକ ପଢନ୍ତୁ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ସିସୋଡିଆ ଆସନ୍ତା ଜୁନ୍ ୨ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ। ସିବିଆଇ ଏବଂ ଇଡି ଦ୍ୱାରା ପଞ୍ଜୀକୃତ ହୋଇଥିବା ଉଭୟ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ ରାଉଜ ଆଭିନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ସିସୋଦିଆଙ୍କ ଜାମିନ ଆବେଦନ ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଛି। ଅପରାହ୍ନ ପରିର୍ତ୍ତେ ସିସୋଦିଆଙ୍କୁ ସକାଳ ସମୟରେ କୋର୍ଟରେ ହାଜର କରାଯିବାରୁ ତାଙ୍କର ସମର୍ଥକ ମାନଙ୍କୁ ଦେଖିବାକୁ ମିଳିନଥିଲା। ପୂର୍ବରୁ ଯେତିକିଥର ସିସୋଦିଆଙ୍କୁ କୋର୍ଟରକେ ହାଜର କରାଯାଇଛି ସେହି ସମୟରେ ତାଙ୍କର 10ରୁ 15 ସମର୍ଥକ ଓ ବିଧାୟକ କୋର୍ଟରେ ଉପସ୍ଥିତ ରହିଥାନ୍ତି। ଏହା ପୂର୍ବରୁ ମେ 8 ତାରିଖରେ କୋର୍ଟରେ ହାଜର ହୋଇଥିଲେ ମନୀଷ ସିସୋଦିଆ। ଅପରାହ୍ନ ପ୍ରାୟ ସାଢେ 2 ଟାରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ସ୍ବତନ୍ତ୍ର ସିବିଆଇ ଜଜ ଏମ.କେ ନାଗପାଲ ଶୁଣାଣି କରି ସିସୋଦିଆଙ୍କ ହାଜତ ଅବଧିକୁ ବଢାଇବା ନେଇ ରାୟ ଶୁଣାଇଥିଲେ ।
ନିକଟରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ସମ୍ପର୍କରେ ବଡ ଖବର ସାମ୍ନାକୁ ଆସିଥିଲା । ମଦ ଦୁର୍ନୀତି ପ୍ରମାଣ ନଷ୍ଟ କରିବାକୁ ସିସୋଦିଆ 2ଟି ଫୋନ ନଷ୍ଟ କରିଥିବା ସିବିଆଇ ଆଗରେ ସ୍ବୀକାର କରିଥିଲେ । ସିସୋଦିଆଙ୍କ ବିରୋଧରେ ଦାଖଲ ଚାର୍ଜସିଟ ଉପରେ କୋର୍ଟରେ ଶୁଣାଣି ସମୟରେ ସିବିଆଇ ଏହି ତଥ୍ୟ ଦେଇଥିଲା । ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ସିସୋଦିଆ ନିଜର 2ଟି ଫୋନ ନଷ୍ଟ କରିଦେଇଥିବା କୋର୍ଟଙ୍କୁ ଜଣାଇଥିଲେ ତଦନ୍ତକାରୀ ସଂସ୍ଥା । ସିବିଆଇ ଚାର୍ଜସିଟ୍ରେ ମନୀଷ ସିସୋଦିଆ ଏକ ନମ୍ବର ଅଭିଯୁକ୍ତ ଅଛନ୍ତି ।