ଓଡିଶା

odisha

ETV Bharat / bharat

କେନ୍ଦ୍ରକୁ ଅମ୍ଳଜାନ ମାଗିଲେ ମନୀଷ ସିସୋଦିଆ

ଦିିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଅଧିକ ପଢନ୍ତୁ...

By

Published : Apr 18, 2021, 1:12 PM IST

manish sisodia
ଦିଲ୍ଲୀ ପାଇଁ ଅଧିକ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ରକୁ କହିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ:ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କଙ୍କୁ ଅନୁରୋଧ କଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଦିଲ୍ଲୀର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ତୁରନ୍ତ ଅକ୍ସିଜେନ ବୃଦ୍ଧି କରିବା ପାଇଁ କେନ୍ଦ୍ରକୁ କହିଛନ୍ତି ।

ଦିଲ୍ଲୀ ପାଇଁ ଅଧିକ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ରକୁ କହିଲେ ମନୀଷ ସିସୋଦିଆ

ଦିିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଯାହା ଫଳରେ ରାଜ୍ୟରେ ବିଭିନ୍ନ ହସପିଟାଲ ସମେତ ସମସ୍ତ କ୍ଷେତ୍ରରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ ବର୍ତ୍ତମାନ ପରିପ୍ରେକ୍ଷିରେ ଦିଲ୍ଲୀ ପାଇଁ ଆବଣ୍ଟନ କରାଯାଇଥିବା ଅକ୍ସିଜେନ କିଛି କମ ପଡୁଛି । ଦିଲ୍ଲୀର କିଛି ହସପିଟଲରେ ମହଜୁଦ ରହିଥିବା ଅକ୍ସିଜେନ ବହୁତ କମ ସୀମିତ ସଂଖ୍ୟ ମଧ୍ୟରେ ରହିଛି । ଦିଲ୍ଲୀ ସରକାର ତୁରନ୍ତ କେନ୍ଦ୍ର ସରକାରକୁ ଦିଲ୍ଲୀରେ ଅକ୍ସିଜେନ ପରିମାଣ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ।

ସାରା ଦେଶରେ କୋରୋନାର ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅକ୍ସିଜେନର ଆବଶ୍ୟକତା ବହୁ ପରିମାଣରେ ବୃଦ୍ଧିପାଉଛି । ଅକ୍ସିଜେନ ନ ପାଇ ମଧ୍ୟ କିଛି ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡୁଛନ୍ତି । ସାରା ଦେଶରେ କୋରୋନାର ପ୍ରକୋପକୁ ଦେଖି ସରକାର ମଧ୍ୟ ଆବଶ୍ୟକତା ପଦକ୍ଷେପ ନେଉଛନ୍ତି ।

ABOUT THE AUTHOR

...view details