ଓଡିଶା

odisha

ETV Bharat / bharat

PM Modi On Manipur: ମଣିପୁରବାସୀଙ୍କୁ ମୁଁ ବିଶ୍ବାସ ଦେଉଛି, ମା ମାନଙ୍କୁ ଭରଷା ଦେଉଛି...

ମୁଁ ମଣିପୁର ମାଙ୍କୁ ବିଶ୍ବାସ ଦେଉଛି ସେମାନଙ୍କ ସମ୍ମାନ ସୁରକ୍ଷା ପାଇଁ ଭାରତ ସରକାର ମଣିପୁର ସରକାର କଠୋର ପଦକ୍ଷେପ ନେବେ । ମଣିପୁର ବର୍ବରତାରେ ଯିଏ ବି ଦୋଷୀ କଠୋର ଦଣ୍ଡରେ ଦଣ୍ଡିତ ହେବେ । ମଣିପୁରସହ ଭାରତ ସରକାର ପୁରା ଶକ୍ତିର ସହ ଅଛନ୍ତି । ମଣିପୁର ସହ ଦେଶବାସୀ ରହିଛନ୍ତି । ମୁଁ ଉଭୟ ସମ୍ପ୍ରଦାୟକୁ ଆହ୍ହାନ ଦେଉଛି, ହିସାଂ ଛାଡି ଆଲୋଚନା କରନ୍ତୁ । ଭାରତ ସରକାର ସମସ୍ତଙ୍କ ସମସ୍ୟାର ସମାଧାନ କରିବେ ବୋଲି ସଂସଦରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi On Manipur
PM Modi On Manipur

By

Published : Aug 10, 2023, 10:47 PM IST

ନୂଆଦିଲ୍ଲୀ: ଅଦାଲତଙ୍କ ରାୟକୁ ନେଇ ମଣିପୁରରେ ସପକ୍ଷବାଦୀ ବିପକ୍ଷବାଦୀ ମଧ୍ୟରେ ଯାହା ଘଟିଲା ସେଥିରୁ ହିସାଂ ସୃଷ୍ଟି ହେଲା । ମହିଳାଙ୍କ ସହିତ ଗମ୍ଭୀର ଅପରାଧ ହେଲା । ଏହି ଅପରାଧ ପାଇଁ ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ସବୁ ଉଦ୍ୟମ କରୁଛନ୍ତି । ହିସାଂ ଶିକାର ହୋଇଥିବା ମଣିପୁରବାସୀଙ୍କୁ ମୁଁ ଦେଶର ସଂସଦର ବିଶ୍ବାସ ଦେଉଛି... ମଣିପୁରରେ ଶାନ୍ତିର ସୂର୍ଯ୍ୟଦୋୟ ହେବ। ମଣିପୁର ପୁଣିଥରେ ସ୍ବାଭାବିକ ହେବ । ମଣିପୁରର ମାଙ୍କ ସମ୍ମାନ ସୁରକ୍ଷା ସୁନିଶ୍ଚିତ ହେବ। ମଣିପୁର ବିକାଶର ନୂଆ ଇତିହାସ ଲେଖିବ । ଅନାସ୍ଥା ପ୍ରସ୍ତାବ ବିତର୍କରେ ସଂସଦରେ ଜବାବ ଦେଇ ମଣିପୁରବାସୀଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହାବି ପଢନ୍ତୁ- PM Attack On Congress: ମିଳିତ ବିରୋଧୀ UPA ର ଅନ୍ତିମ ସଂସ୍କାର କରିଦେଲେ: ପ୍ରଧାନମନ୍ତ୍ରୀ

ଆଜି ଲୋକସଭାରୁ ମଣିପୁରବାସୀଙ୍କୁ ଆଶ୍ବାସନ ସହ ପ୍ରତିଶୃତି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ମଣିପୁର ମାଙ୍କ କ୍ଷେତ୍ରରେ ଯାହା ଘଟିଲା ତାହାକୁ ନେଇ ଆମେ ଅନୁତପ୍ତ । ଆମ ସମାଜ କେବେ ଏହା ଗ୍ରହଣ କରିପାରିବ ନାହିଁ । ମୁଁ ମଣିପୁର ମା'ଙ୍କୁ ବିଶ୍ବାସ ଦେଉଛି ସେମାନଙ୍କ ସମ୍ମାନ ସୁରକ୍ଷା ପାଇଁ ଭାରତ ସରକାର ମଣିପୁର ସରକାର କଠୋର ପଦକ୍ଷେପ ନେବେ । ମଣିପୁର ବର୍ବରତାରେ ଯିଏ ବି ଦୋଷୀ କଠୋର ଦଣ୍ଡରେ ଦଣ୍ଡିତ ହେବେ । ମଣିପୁର ସହ ଭାରତ ସରକାର ପୁରା ଶକ୍ତିର ସହ ଅଛନ୍ତି । ମଣିପୁର ସହ ଦେଶବାସୀ ରହିଛନ୍ତି । ମୁଁ ଉଭୟ ସମ୍ପ୍ରଦାୟକୁ ଆହ୍ହାନ ଦେଉଛି, ହିସାଂ ଛାଡ଼ି ଆଲୋଚନା କରନ୍ତୁ । ଭାରତ ସରକାର ସମସ୍ତଙ୍କ ସମସ୍ୟାର ସମାଧାନ କରିବେ ।’’

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧୀ ରାଜନୀତି ନକରି ମଣିପୁର ପ୍ରସଙ୍ଗରେ ସଂସଦରେ ଆଲୋଚନା କରି ପାରିଥାଆନ୍ତେ । କିନ୍ତୁ ବିରୋଧୀଙ୍କୁ ରାଜନୀତି କରିବାକୁ ଦେଖାଗଲା । ମଣିପୁର ପ୍ରସଙ୍ଗରେ ଅପପ୍ରଚାର କରାଗଲା । ସଂସଦ ଆରମ୍ଭରୁ ମଣିପୁର ପ୍ରସଙ୍ଗରେ ସରକାର ଚର୍ଚା ପାଇଁ ରାଜିଥିବା ଗୃହମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ କହି ଆସିଛନ୍ତି । ଆଲୋଚନା ପାଇଁ ଗୃହମନ୍ତ୍ରୀ ଚିଠି ଲେଖିଛନ୍ତି । ଅନୁରୋଧ କରିଛନ୍ତି । ଏପରିକି ମଣିପୁର ପ୍ରସଙ୍ଗରେ ଗୃହମନ୍ତ୍ରୀ ଧୈର୍ଯ୍ୟର ସହ ବିରୋଧୀଙ୍କୁ ଶୁଣିଛନ୍ତି । ମଣିପୁରରେ ଶାନ୍ତି ପାଇଁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ବିରୋଧୀ ଗୃହମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁରୋଧକୁ ପ୍ରତ୍ୟାଖାନ କଲେ । ନିଜ ରାଜନୀତିରେ ମାତିଲେ ।

ଏହାବି ପଢନ୍ତୁ- No Confidence Motion: ମୋଦିଙ୍କ ପୁଣି ଭବିଷ୍ୟତବାଣୀ, 2028 ରେ ବି ଆସିବ ଅବିଶ୍ବାସ ପ୍ରସ୍ତାବ

ସେହିଭଳି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ମଣିପୁର ପୁଣି ଥରେ ନୂଆ ଆତ୍ମବିଶ୍ବାସର ସହ ଆଗକୁ ବଢ଼ିବ । ମଣିପୁରର ମା, ଭଉଣୀ, ଝିଅଙ୍କୁ ତଥା ସର୍ବୋପରି ମଣିପୁରବାସୀଙ୍କୁ ମୁଁ କହିବାକୁ ଚାହୁଁଛି, ପୁରା ଦେଶ ଆପଣଙ୍କ ସହିତ ଅଛି । ଏହି ସଂସଦ ଆପଣଙ୍କ ସହିତ ଅଛି । ଆମେ ସମସ୍ତେ ମିଳିତ ଭାବେ ମଣିପୁରରେ ଶାନ୍ତି ଫେରାଇ ଆଣିବା । ଆସିଥିବା ସଂକଟର ମୁକିବାଲି କରିବା । ମୁଁ ବିଶ୍ବାସ ଦେଉଛି ମଣିପୁର ସମସ୍ୟାର ସମାଧାନ ନହେବା ଯାଏଁ ଭାରତ ସରକାର କି ରାଜ୍ୟ ସରକାର ଚୁପ୍‌ ବସିବେ ନାହିଁ । ମଣିପୁରରେ ଶାନ୍ତି ସ୍ଥାପନା ହେବ । ନୂଆ ସୂର୍ଯ୍ୟୋଦୟ ହେବ । ବିକାଶର ଗାଡି ପୁଣି ଥରେ ଦୌଡିବ ।

ଏହାବି ପଢନ୍ତୁ- No Confidence Motion: ଲୋକସଭାରେ କାଟ ଖାଇଲା ଅନାସ୍ଥା

ବିରୋଧୀଙ୍କୁ କଡ଼ା ପ୍ରହାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧୀ ରାଜନୀତି କରୁଛନ୍ତି । ରାଜନୀତି ପାଇଁ ମଣିପୁର ସ୍ଥିତି ସଂଗୀନ ହୋଇଥିଲା । ମଣିପୁରର ପୀଡା ବିରୋଧୀ ଅନୁଭବ କରିନାହାଁନ୍ତି । ବିରୋଧୀ ମାନବବାଦ ବିରୋଧରେ । ଗତ 6 ବର୍ଷରେ ମଣିପୁର ଚିତ୍ର ଓ ଚରିତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ପୁରା ନର୍ଥଇଷ୍ଟରେ ହିସାଂ ଇତିହାସ ହେବାକୁ ଯାଉଛି । ମଣିପୁରରେ କୌଣସି ଉଗ୍ରବାଦୀ ସଂଗଠନ ସୃଷ୍ଟି ହୋଇନାହି । ଦିଲ୍ଲୀ ଠାରୁ ନର୍ଥଇଷ୍ଟ ଦୂରରେ ଥାଇପାରେ । ହେଲେ ଦିଲ୍‌ ଠାରୁ ନୁହେଁ । ମଣିପୁର କଡ ଲେଉଟାଇବ । ପୁରା ନର୍ଥ ଇଷ୍ଟ ପ୍ରଗତିର ନୂଆ ଇତିହାସ ଲେଖିବ । ବିଶ୍ବସଂରଚନାରେ ନର୍ଥଇଷ୍ଟ ନିଜ ଭୂମିକା ସ୍ଥିର କରିବ ।

ABOUT THE AUTHOR

...view details