ଓଡିଶା

odisha

By

Published : May 6, 2023, 4:42 PM IST

ETV Bharat / bharat

Manipur Violence: ପ୍ରାଣ ହରାଇଛନ୍ତି 50ରୁ ଅଧିକ, 13 ହଜାର ସ୍ଥାନନ୍ତର

ପ୍ରାଣ ହରାଇଛନ୍ତି 50ରୁ ଅଧିକ, ସେନା ବଳୟରେ ଇମ୍ଫାଲ ଭ୍ୟାଲି । ରାଜ୍ୟର ବିଭିନ୍ନ ଦଙ୍ଗା ପ୍ରଭାବିତ ସ୍ଥାନରୁ ମୋଟ 13 ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କୁ ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଛି । ସେମାନେ ସ୍ଥିତି ସୁଧୁରିବା ସହ ଘରକୁ ଫେରିବା ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଅଧିକ ପଢନ୍ତୁ

Manipur Violence: ପ୍ରାଣ ହରାଇଛନ୍ତି 50ରୁ ଅଧିକ, ସେନା ବଳୟରେ ଇମ୍ଫାଲ ଭ୍ୟାଲି
Manipur Violence: ପ୍ରାଣ ହରାଇଛନ୍ତି 50ରୁ ଅଧିକ, ସେନା ବଳୟରେ ଇମ୍ଫାଲ ଭ୍ୟାଲି

ହାଇଦ୍ରାବାଦ:ମଣିପୁରରେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହେବାରେ ଲାଗିଛି । ଆଜି ସକାଳୁ ବଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲିଛି । ଜୀବନ ଯାତ୍ରା ମଧ୍ୟ କ୍ରମଶଃ ସ୍ବାଭାବିକ ହେଉଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହିଂସାରେ ପ୍ରାୟ 54 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ପ୍ରକାଶ କରାଯାଇଛି । ଆହତଙ୍କ ସଂଖ୍ୟା ମଧ୍ୟ ଶତାଧିକ ହେବା ଆଶଙ୍କା ପ୍ରକାଶ ପାଇଛି । ବିଭିନ୍ନ ହସ୍ପିଟାଲରେ ସେମାନେ ଚିକିତ୍ସାଧିନ ରହିଛନ୍ତି । ବେସରକାରୀ ବା ଗଣମାଧ୍ୟମ ସୂତ୍ର ଅନୁସାରେ ଏହି ସଂଖ୍ୟା ଅଧିକ ହୋଇପାରେ । ଏବେ ମଧ୍ୟ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀ ଇମ୍ଫାଲ ଓ ଏହାର ଆଖପାଖ ଅଞ୍ଚଳ (ଇମ୍ଫାଲ ଭ୍ୟାଲି) ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ ରହିଛନ୍ତି ।

ପ୍ରାଣ ହରାଇଛନ୍ତି 54:-

ଏବେ ସୁଦ୍ଧା ପ୍ରାୟ 54 ଜଣଙ୍କ ପ୍ରାଣହାନୀ ହୋଇଥିବା ସରକାରୀ ଭାବେ କୁହାଯାଇଛି । ବିଭିନ୍ନ ହିଂସାଗ୍ରସ୍ତ ସ୍ଥାନରୁ ଏହି ମୃତଦେହଗୁଡିକୁ ଉଦ୍ଧାର କରାଯାଇଛି । ହିଂସା ଆରମ୍ଭ ହୋଇଥିବା ଚୁରାଚାନ୍ଦପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ 16 ଟି ମୃତଦେହ ରଖାଯାଇଛି । ଇଷ୍ଟ-ଇମ୍ଫାଲ ଜିଲ୍ଲାରେ ଥିବା ନେହେରୁ ଇଂଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ 15ଟି ମୃତଦେହ ରଖାଯାଇଛି । ସେହିପରି ଅନ୍ୟ ହସ୍ପିଟାଲ ଗୁଡିକରେ ମଧ୍ୟ ମୃତଦେହ ରଖାଯାଇଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ମୃତଦେହ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନ୍ୟପଟେ ଗତକାଲି ସଂଧ୍ୟାରେ ଚୁରାଚାନ୍ଦପୁର ଜିଲ୍ଲାର ଏକ ପାହାଡିକ୍ଷେତ୍ରରେ ସୁରକ୍ଷାବଳ ଓ ଉଗ୍ରବାଦୀଙ୍କ ମଧ୍ୟ ଏନକାଉଣ୍ଟର ହୋଇଛି । ଏଥିରେ 2 ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ IRBର ଦୁଇ ଯବାନ ଆହତ ହୋଇଛନ୍ତି ।

13 ହଜାର ଲୋକ ହୋଇଛନ୍ତି ପ୍ରଭାବିତ :-

ରାଜ୍ୟର ବିଭିନ୍ନ ଦଙ୍ଗା ପ୍ରଭାବିତ ସ୍ଥାନରୁ ମୋଟ 13 ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କୁ ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଛି । ସେମାନେ ସ୍ଥିତି ସୁଧୁରିବା ସହ ଘରକୁ ଫେରିବା ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଏବେ ପ୍ରାୟ ସମସ୍ତ ଦଙ୍ଗାପ୍ରଭାବିତ ଅଞ୍ଚଳ ସେନା ନିୟନ୍ତ୍ରଣକୁ ଆସିସାରିଛି । ଏବେ ସୁଦ୍ଧା ସେନା ଓ ଅର୍ଦ୍ଧସାମରିକ ବଳର ପ୍ରାୟ 10 ହଜାର ଯବାନ ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି ।

କ’ଣ ହିଂସାର କାରଣ:-

ଉତ୍ତର-ପୂର୍ବ ମଣିପୁରର ମୋଟ ଲୋକସଂଖ୍ୟାର ପ୍ରାୟ 60 ପ୍ରତିଶତ ଅଣ-ଆଦିବାସୀ ‘ମୈତେଇ ସମ୍ପ୍ରଦାୟ’ ନିଜକୁ ଅନୁସୂଚୀତ ଜାତି ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଆସୁଛି । ଏହି ମାମଲାରେ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ଏଥିରେ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ 4 ସପ୍ତାହ ମଧ୍ୟରେ ଅନୁଧ୍ୟାନ ଶେଷ କରି କେନ୍ଦ୍ରକୁ ରିପୋର୍ଟ ସୁପାରିଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚୀତ ଯାତ୍ରୀ ବର୍ଗରେ ସାମିଲ କରିବାକୁ ବିରୋଧ କରୁଛନ୍ତି ରାଜ୍ୟର ଆଦିବାସୀ ସମ୍ପ୍ରଦାୟ । ହାଇକୋର୍ଟଙ୍କ ରାୟ ଆସିବା ପରେ ଚୋରାଚାନ୍ଦପୁର ଜିଲ୍ଲାରେ ଆଦିବାସୀ ଛାତ୍ର ସଂଗଠନ Tribal Student Union Manipur (ATSUM) ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ଆଦିବାସୀ ଓ ମୈତେଇ ସମ୍ପ୍ରଦାୟ ମୁହାଁମୁହିଁ ହୋଇଥିଲେ । ଏହି ଶୋଭାଯାତ୍ରାରେ ହିଁ ହିଂସାର ସୂତ୍ରପାତ ହୋଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details