ଇମ୍ଫାଲ:ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଥମିବାର ନାଁ ନେଉନି । ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଅଶାନ୍ତ ମଣିପୁରରେ ଶାନ୍ତି ଫେରି ପାରୁନି । ସୋମବାର ମଧ୍ୟରାତ୍ରିରେ ରାତିରେ ଏଠାରେ ସୁରକ୍ଷାକର୍ମୀ ଓ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ବିନିୟମ ଘଟି ଜଣେ ସୀମୀ ସୁରକ୍ଷା ବଳ(BSF) ଯବାନ ଶହୀଦ ହୋଇଛନ୍ତି । ଏହି ଗୁଳିମାଡ଼ରେ ଆସାମ ରାଇଫଲ୍ସର ୨ ଜଣ ଯବାନ ଆହତ ହୋଇଛନ୍ତି । ଗତକାଲି ସେରୋଉ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି । ଏ ସମ୍ପର୍କରେ ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ମଧ୍ୟ ରାତ୍ରରେ ବିଦ୍ରୋହୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ବିଦ୍ରୋହୀ ଗୋଷ୍ଠୀ ପ୍ରଥମେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ । ରାତି ସାରା ସୁରକ୍ଷାକର୍ମୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ୩ ଜଣ ଯବାନଙ୍କ ଦେହରେ ଗୁଳି ବାଜିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବିଏସଏଫ ଯବାନ ଶହୀଦ ହୋଇଛନ୍ତି । ଅନ୍ୟ ଦୁଇ ଆହତଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ମନ୍ତ୍ରୀପୁଖରିକୁ ଏୟାରଲିଫ୍ଟ କରାଯାଇଥିଲା । ଆହତମାନେ ଆସାମ ରାଇଫଲ୍ସର ଯବାନ ।