ଓଡିଶା

odisha

ETV Bharat / bharat

PM Modi on Manipur Video: 140 କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି, କାହାରିକୁ ଛଡାଯିବନି - ସଂସଦର ମୌସୁମୀ ଅଧିବେଶନ

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଗଣମାଧ୍ୟମ ଜରିଆରେ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ସଂସଦର ମୌସୁମୀ ଅଧିବେଶନ
pm modi on Monsoon Session of Parliament

By

Published : Jul 20, 2023, 11:14 AM IST

Updated : Jul 20, 2023, 11:38 AM IST

ନୂଆଦିଲ୍ଲୀ:ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସ୍ପର୍ଶକାତର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ମୁଁ ବହୁତ ଦୁଃଖିତ । ମୋ ହୃଦୟ ପୀଡା ଓ କ୍ରୋଧରେ ଭରି ରହିଛି । ମଣିପୁରରେ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ନିନ୍ଦନୀୟ । ଏହି ଘଟଣା ମୋତେ ଚକିତ କରିଛି । ମଣିପୁର ମାଟି ଝିଅ ସହ ଘଟିଥିବା ଘଟଣାରେ ଦୋଷୀକୁ କେବେ କ୍ଷମା ଦିଆଯିବ ନାହିଁ । ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ସେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ଆହୁରି ସୁଦୃଢ କରନ୍ତୁ । ବିଶେଷ କରି ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଅନ୍ତୁ । ରାଜସ୍ଥାନ ହେଉ ବା ଛତିଶଗଡ ବା ମଣିପୁର ଦେଶରେ ଯେଉଁଠି ଏପରି ଘଟଣା ଘଟୁଛି ସେଠୀ ଦୋଷୀକୁ କେବେ ଛଡା ଯିବନାହିଁ ।’’ ଏହି ଘଟଣା ରାଜନୀତିରୁ ଊର୍ଦ୍ଧ୍ବରେ । ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ମଣିପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କାହାରିକୁ ଛଡା ଯିବନି: ମଣିପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ମଣିପୁରରେ ମହିଳାଙ୍କ କ୍ଷେତ୍ରରେ ଯାହା ଘଟିଛି ତାହା ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । କାହାକୁ ଛଡା ଯିବ ନାହିଁ । ମଣିପୁର ମାଟି ଝିଅଙ୍କ ସହ ଘଟିଥିବା ଘଟଣା କ୍ଷମଣୀୟ ନୁହେଁ । ପାପ କରୁଥିବା ଲୋକ କେତେ କିଏ ସେ ତାଙ୍କ ସ୍ଥାନରେ ଅଛନ୍ତି ମାତ୍ର ଇଜ୍ଜତ ସମଗ୍ର ଦେଶର ଯାଇଛି । ଏହି ଘଟଣାରେ 140 କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ରାଜ୍ୟରେ ଆଇନ ବ୍ୟବସ୍ଥାକୁ ଅଧିକ ସୃଦୁଢ କରନ୍ତୁ ବିଶେଷ କରି ମାଆ ଝିଅଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନିଅନ୍ତୁ । ଦେଶର କୋଣ ଅନୁକୋଣରେ ଯେଉଁଠି ବି ଏହିପରି ଘଟଣା ଘଟୁଛି ସେଠି କାହାକୁ ବି ଛଡା ଯିବନାହିଁ । ମହିଳାଙ୍କ ସୁରକ୍ଷା ରାଜନୀତିରୁ ଉର୍ଦ୍ଧ୍ବରେ ।''

ଆଜିଠୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଶ୍ରାବଣରେ ଏହି ପବିତ୍ର ମାସରେ ସଂକଳ୍ପ ପାଇଁ ମହତ୍ତ୍ବପୂର୍ଣ୍ଣ । ଏଥର ଡବଲ ଶ୍ରାବଣର ଅବଧି ଅଧିକ । ଗଣତନ୍ତ୍ର ଏହି ମନ୍ଦିରରେ ଶ୍ରାବଣରେ ଏହି ପବିତ୍ର ମାସରେ ଭେଟ ହୋଇଥିବାରୁ ଏହି ମନ୍ଦିର ଅନେକ ପବିତ୍ର କାର୍ଯ୍ୟ କରିବାକୁ ସବୁଠୁ ବଡ ଅବସର ଆଉ ବା କଣ ହୋଇପାରେ । ମୋର ବିଶ୍ବାସ ରହିଛି ଏହି ଅଧିବେଶନରେ ସମସ୍ତ ସାଂସଦ ଏକାଠି ଲୋକଙ୍କ କଲ୍ୟାଣ ପାଇଁ ସର୍ବାଧିକ ସମୟ ଉପଯୋଗ କରିବେ । ସଂସଦରେ ସାଂସଦଙ୍କର ଥିବା ଦାୟିତ୍ବ,ଆଇନ ତିଆରି କରିବା ଉପରେ ଚର୍ଚ୍ଚା କରିବେ ବୋଲି ଆଶା ।''

ଏହା ବି ପଢନ୍ତୁ...Monsoon Session of Parliament: ଆଜିଠୁ ମୌସୁମୀ ଅଧିବେଶନ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନଜର

ଏହା ବି ପଢନ୍ତୁ...Manipur Horror: ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ, ଭିଡିଓ ଭାଇରାଲ

ପ୍ରକାଶ ଥାଉ କି, ଆଜିଠୁ ଅଗଷ୍ଟ 11 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ ଚାଲିବ । ଏହି 23 ଦିନିଆ ଅଧିବେଶନରେ କେନ୍ଦ୍ର ସରକାର 31ଟି ବିଲ ଆଣିବାକୁ ଯାଉଛନ୍ତି । ସ୍ବଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ପୁରା ସଂସଦ ସରଗରମ ହେବ । କାରଣ କେନ୍ଦ୍ର ସରକାର ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ ଆଣୁଥିବାରୁ ଏହାକୁ ନେଇ ସରକାର-ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛି । ସଂସଦ ମୌସୁମୀ ଅଧିବେଶନର ସୁପରିଚାଳନା ପାଇଁ ଗତକାଲି (ବୁଧବାର) କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଥିଲେ । ସେପଟେ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ଏଲଓପି ଚାମ୍ବରରେ ବିରୋଧୀ ଦଳ ନେତାଙ୍କର ବୈଠକ ବସିଛି । ରଣନୀତି ନେଇ ଆଲୋଚନା କରିଛନ୍ତି ।

Last Updated : Jul 20, 2023, 11:38 AM IST

ABOUT THE AUTHOR

...view details