ମଣିପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଦ୍ବିତୀୟ ଦିନ । ଆଜି (ସୋମବାର) ସକାଳେ ପଶ୍ଚିମ ଇମ୍ଫାଲରୁ ଯାତ୍ରା ଆରମ୍ଭ ହୋଇଥିଲା। ଆଜି ରାହୁଲ ଗାନ୍ଧୀ ପଦଯାତ୍ରା କରିଛନ୍ତି। ରାହୁଲଙ୍କ ଯାତ୍ରାରେ ସାମିଲ ହୋଇଛନ୍ତି ଶହ ଶହ ଲୋକ । ଲୋକେ ରାସ୍ତାର ଦୁଇ କଡ଼ରେ ଛିଡ଼ା ହୋଇ ରାହୁଲଙ୍କୁ ସ୍ବାଗତ କରିଛନ୍ତି । ଆଜି ନ୍ୟାୟ ଯାତ୍ରା ମଣିପୁର ଅତିକ୍ରମ କରି ନାଗାଲାଣ୍ଡରେ ପହଞ୍ଚିବା ପରେ ସେଠାରେ ରାତ୍ରୀ ଯାପନ କରିବେ ରାହୁଲ ଗାନ୍ଧୀ ।
ଏହା ମଧ୍ଯ ପଢ଼ନ୍ତୁ:୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା, ଓଡ଼ିଶା ଆସିବେ ରାହୁଲ
ଏହା ମଧ୍ଯ ପଢ଼ନ୍ତୁ: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ସାମିଲ ହେଲେ ନିଲମ୍ବିତ ବସପା ସାଂସଦ ଡାନିଶ ଅଲ୍ଲୀ
ଆଜି ସକାଳ ୭ଟା ୩୦ ମିନିଟରେ ଆରମ୍ଭ ହୋଇଥିଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନ । ସେବାଦଳର ଉପସ୍ଥିତିରେ ମଣିପୁର ପିସିସି ସଭାପତି କେଇଶମ ମେଘାଚନ୍ଦ୍ର ପତାକା ଉତ୍ତୋଳନ କରିଥିଲେ। ପରେ ଯାତ୍ରା ସେକମାଇ, କାଙ୍ଗପୋକପି ଏବଂ ସେନାପତି ଦେଇ ନାଗାଲାଣ୍ଡରେ ପହଞ୍ଚିବ । କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଦ୍ବିତୀୟ ଦିନରେ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, "ଲୋକମାନେ ଆମକୁ ପଚାରୁଛନ୍ତି କାହିଁକି ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରିନାହାନ୍ତି ? ସମସ୍ତେ ଚାହାନ୍ତି ଯେ ରାହୁଲ ଗାନ୍ଧୀ ସଂସଦରେ ଏହି ପ୍ରସଙ୍ଗ ଉଠାନ୍ତୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପଚାରନ୍ତୁ ? ପ୍ରଧାନମନ୍ତ୍ରୀ ମୋଦି ମଣିପୁରକୁ ଆସି ଆମକୁ ଭେଟନ୍ତୁ । "