ଓଡିଶା

odisha

ETV Bharat / bharat

Manipur case: 5ମ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ 4 ଅଭିଯୁକ୍ତ ଏବେ 11 ଦିନିଆ ରିମାଣ୍ଡରେ

ମଣିପୁର କାଣ୍ଡରେ ଗିରଫଦାରୀ ସଂଖ୍ୟା 5କୁ ବୃଦ୍ଧି । ଆଜି ମଧ୍ୟାହ୍ନରେ ଆଉ ଜଣେ ଗିରଫ । ପୂର୍ବରୁ ଗିରଫ 4 ଅଭିଯୁକ୍ତକୁ 11 ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଧିକ ପଢନ୍ତୁ

Etv BharatManipur case: 5ମ ଅଭିଯୁକ୍ତ ଗିରଫ, ସମସ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ
Etv BharManipur case: 5ମ ଅଭିଯୁକ୍ତ ଗିରଫ, ସମସ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସat

By

Published : Jul 22, 2023, 3:48 PM IST

ଇମ୍ଫାଲ:ମଣିପୁର କାଣ୍ଡରେ ଗିରଫ ହେଲା 5ମ ଅଭିଯୁକ୍ତ । ଆଜି ମଧ୍ୟାହ୍ନ ସୁଦ୍ଧା ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତର ନାମ ପୋଲିସ ପ୍ରକାଶ କରିନଥିବା ବେଳେ ବୟସ 19 ବର୍ଷ ବୋଲି ସୂଚନା ମିଳିଛି । ଅନ୍ୟପଟେ 4 ଜଣ ଅଭିଯୁକ୍ତକୁ କୋର୍ଟ ଟାଲାଣ କରାଯିବା ପରେ 11 ଦିନିଆ ରିମାଣ୍ଡରେ ନେଇ ଜେରା ଜାରି ରଖିଛି ପୋଲିସ । ଏହି ଘଟଣାଟି ମେ’ ମାସ 4 ତାରିଖରେ ଘଟିଥିବା ବେଳେ ଚଳିତ ମାସ (ଜୁଲାଇ) 19 ତାରିଖରେ ଭିଡିଓ ଭାଇରାଲ ହେବା ପରେ ଲୋକଲୋଚନକୁ ଆସିଥିଲା ।

ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଳାଇ ଚଳାଇ ନେବା ଓ ସଂଘବଦ୍ଧ ଯୌନ ନିର୍ଯାତନା ଦିଆଯିବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସାରା ଦେଶରେ ତୀବ୍ର ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଅଭିଯୁକ୍ତଙ୍କ ବିରୋଧରେ କଠୋରତମ ଦଣ୍ଡବିଧାନ ପାଇଁ ପ୍ରୟାସ କରାଯାଉଥିବା କହିସାରିଥିବା ବେଳେ ଏବେ ଗିରଫଦାରୀ ସଂଖ୍ୟା 5ରେ ପହଞ୍ଚିଛି । ଅନ୍ୟପଟେ ଏହି ଘଟଣାରେ ବହୁ ଅଭିଯୁକ୍ତ ସାମିଲ ଥିଲେ । ଦୁର୍ବୃତ୍ତଙ୍କର ଏକ ବିଶାଳ ଗୋଷ୍ଠୀ ଏହି କାଣ୍ଡ ଭିଆଇଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ:-Manipur Horror: ୪ ଅଭିଯୁକ୍ତଙ୍କୁ ୧୧ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭିଡିଓ ଭାଇରାଲ ହେବାର ପରଦିନ ଅର୍ଥାତ 20 ତାରିଖରେ ପ୍ରଥମ ତଥା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଜି ନୋଙ୍ଗପୋକ ସେକାମଇ ପୋଲିସ ଷ୍ଟେସନ ପକ୍ଷରୁ 4 ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ମିଶାଇ ମୋଟ 5 ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଛି ମଣିପୁର ପୋଲିସ ।ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରାଯାଇଛି ।

ଅନ୍ଯପଟେ ମେ’ 3 ତାରିଖରୁ ମଣିପୁରରେ ସୂତ୍ରପାତ ହୋଇଥିବା ହିଂସାରେ ଏବେ ପର୍ଯ୍ୟନ୍ତ ପ୍ରାୟ 160 ଲୋକଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଉଥିବା ବେଳେ ସରକାରୀ ଭାବେ ସଂଖ୍ୟା କମ ବୋଲି ଦର୍ଶାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାର ସ୍ଥିତିରେ ସୁଧାର ଆସୁଥିବା କହୁଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ମଣିପରୁରେ ସ୍ଥିତି ଅତି ସାଙ୍ଘାତିକ ବୋଲି ବିରୋଧୀମାନେ ଅଭିଯୋଗ କରୁଛନ୍ତି । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ମୈତେଇ ସମ୍ପ୍ରଦାୟର ଥିବା ବେଳେ ୪୦ ପ୍ରତିଶତ କୁକି ସମ୍ପ୍ରଦାୟର । ମୈତେଇ ସମ୍ପ୍ରଦାୟ ଇମ୍ଫାଲ ଉପତ୍ୟାକାରେ ରହୁଥିବା ବେଳେ କୁକି ସମ୍ପ୍ରଦାୟ ପାହାଡି ଜିଲ୍ଲାଗୁଡ଼ିକରେ ବାସ କରୁଛନ୍ତି । ଜାତିଗତ ସଂରକ୍ଷଣ ମାନ୍ୟତାକୁ ନେଇ ଉଭୟ ସମ୍ପ୍ରଦାୟ ମଧ୍ୟରେ ହିଂସାର ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details