ନୂଆଦିଲ୍ଲୀ: ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ । ଦ୍ବିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ । ଶପଥ ଗ୍ରହଣ ପରେ ବିରେନ ସିଂହ ତାଙ୍କ ସରକାରର ପ୍ରଥମ କାମ ହେଲା ମଣିପୁରକୁ ଦୁର୍ନୀତିମୁକ୍ତ କରିବା ବୋଲି କହିଥିଲେ । ଏଥିପାଇଁ ଦିନରାତି କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ । ରାଜ୍ୟରୁ ଡ୍ରଗ୍ସକୁ ନେଇ ସମସ୍ତ ସମସ୍ୟାକୁ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିରେନ ସରକାର ।
ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମଣିପୁର ମୁଖ୍ୟମନ୍ତ୍ରୀ
ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ । ଅଧିକ ପଢନ୍ତୁ
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ 15 ଟି ପୋଲିସ୍ ଷ୍ଟେସନ୍ ଅଧୀନରେ ଥିବା ଅଞ୍ଚଳଗୁଡିକୁ ବାଦ ଦେଇ ସମଗ୍ର ମଣିପୁରର ରାଜ୍ୟକୁ ସମ୍ବେଦଶୀଳ ଅଞ୍ଚଳ ଭାବରେ ଘୋଷିତ କରିଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ, ଇମ୍ଫାଲ, ଲ୍ୟାମ୍ପେଲ, ସିଟି, ସିଙ୍ଗଜାମାଇ, ସେକମାଇ, ଲାମସାଙ୍ଗ, ପାଟସୋଇ, ପୋରୋମ୍ପାଟ, ହିଙ୍ଗାଙ୍ଗ, ଲାମଲାଇ, ଇରିଲବୁନ, ଥବାବାଲ, ବିଷ୍ଣୁପୁର, କାକଚିନ ଏବଂ ଜିରିବାମ ପୋଲିସ ଷ୍ଟେସନରୁ AFSPA ପ୍ରତ୍ୟାହାର କରାଯାଇଛି ।
ବିଧାନସଭା ନିର୍ବାଚନରେ 60 ସଦସ୍ୟ ବିଶିଷ୍ଟ ଗୃହରେ 32ଟି ସିଟ୍ ସହ ବିଜେପି ମଣିପୁରରେ କ୍ଷମତା ବଜାୟ ରଖିଛି । କଂଗ୍ରେସ 5ଟି ଓ ବିଏସପି 2ଟି ସିଟ ପାଇଥିଲା । ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ସରକାର ଗଠନ ପାଇଁ ବହୁମତ ପାଇଥିଲା ତେବେ ମୁଖ୍ୟମନ୍ତ୍ରୀ ପଦ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା । ପରେ ବିରେନଙ୍କ ନାମରେ ଚୂଡାନ୍ତ ମୋହର ଲାଗିଥିଲା । ମାର୍ଚ୍ଚ 21 ତାରିଖରେ ଦ୍ବିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏନ. ବିରେନ ସିଂହ ।
TAGGED:
manipur cm to meet pm today