ଓଡିଶା

odisha

ETV Bharat / bharat

ମଣିପୁର ଏବେ JDU ମୁକ୍ତ, ଖୁବଶୀଘ୍ର ବିହାରରେ ଭାଙ୍ଗିବ ମେଣ୍ଟ: ସୁଶୀଲ ମୋଦି - Sushil Modi

ମଣିପୁରରେ ୫ ବିଧାୟକ JDU ଛାଡି ବିଜେପିରେ ସାମିଲ ହେବା ପରେ ଖୁବଶୀଘ୍ର ବିହାରରେ ମେଣ୍ଟ ଭାଙ୍ଗିବା ନେଇ କହିଲେ ସୁଶୀଲ ମୋଦି (Sushil Modi) । ଜେଡିୟୁ କହିଲା ବିଜେପି ଖର୍ଚ୍ଚ କରୁଛି ପ୍ରବଳ ଅର୍ଥ । ତଥାପି ୨୦୨୩ ରେ ଜାତୀୟ ଦଳ ଭାବେ ଛିଡା ହେବ ଜେଡିୟୁ । ଅଧିକ ପଢନ୍ତୁ

ମଣିପୁର ଏବେ JDU ମୁକ୍ତ, ଖୁବଶୀଘ୍ର ବିହାରରେ ଭାଙ୍ଗିବ ମେଣ୍ଟ : ସୁଶୀଲ ମୋଦି
ମଣିପୁର ଏବେ JDU ମୁକ୍ତ, ଖୁବଶୀଘ୍ର ବିହାରରେ ଭାଙ୍ଗିବ ମେଣ୍ଟ : ସୁଶୀଲ ମୋଦି

By

Published : Sep 3, 2022, 4:22 PM IST

ପାଟନା:ମଣିପୁରରେ ୫ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହେବା ପରେ ବିହାର ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି ହେଲାଣି । ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ବିଜେପି ନେତା ସୁଶୀଲ ମୋଦି (Sushil Modi) କହିଛନ୍ତି ମଣିପୁର ଏବେ JDU ମୁକ୍ତ ଓ ଖୁବଶୀଘ୍ର ବିହାରରେ ମଧ୍ୟ RJD-JDU ମେଣ୍ଟକୁ ଭାଙ୍ଗିବାରେ ବିଜେପି ସଫଳ ହେବାକୁ ଯାଉଛି । ଗତକାଲି ମଣିପୁରରେ JDU ର ୫ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି ।

ସୁଶୀଲ କହିଛନ୍ତି, ‘‘ମଣିପୁରରେ JDUର ୫ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଅରୁଣାଚଳ ପ୍ରଦେଶ ପରେ ମଣିପୁର ବର୍ତ୍ତମାନ JDU ମୁକ୍ତ ହୋଇସାରିଛି । ବିହାରରେ ମଧ୍ୟ ଖୁବଶୀଘ୍ର ଆମେ JDU-RJD ମେଣ୍ଟ ଭାଙ୍ଗିବାରେ ସଫଳ ହେବୁ ଓ ବିହାରକୁ ମଧ୍ୟ JDU ମୁକ୍ତ କରିବୁ ।’’ ନୀତିଶଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ ଚର୍ଚ୍ଚାକୁ ପରୋକ୍ଷ କଟାକ୍ଷ କରି ସୁଶୀଲ କହିଛନ୍ତି, କେହି କେବେ ହୋଡିଂ, ବ୍ୟାନର ଲଗାଇଦେଲେ ପ୍ରଧାନମନ୍ତ୍ରୀ ହୋଇଯିବନି । ନୀତିଶ ମହାମେଣ୍ଟ ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବା ପରେ ନୂଆ କ୍ୟାବିନେଟରେ ମନ୍ତ୍ରୀ ପଦକୁ ନେଇ କିଛି ବରିଷ୍ଠ ଜେଡିୟୁ ବିଧାୟକ ଅସନ୍ତୁଷ୍ଟ ଥିବା କଥା ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରି ସମୟରେ ମଣିପୁରରେ ଦଳ ଯାହା ସାମ୍ନା କଲା ତାର ପ୍ରଭାବ ବିହାରରେ ମଧ୍ୟ ଅନୁଭୂତ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଦଳ ବିଜେପି ନେତୃତ୍ବାଧୀନ ଏନଡିଏର ଓହରିବାକୁ ନିଷ୍ପତ୍ତି ନେବା ବେଳେ ମଣିପୁରର ବିଧାୟକମାନେ ମଧ୍ୟ ଆଲୋଚନା କରିଥିଲେ । ସେମାନେ ଜେଡିୟୁ ସହ ରହିବେ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ । ଏବେ ସେମାନେ ଦଳ ଛାଡି ବିଜେପିରେ ସାମିଲ ହେବା କ’ଣ ସାମ୍ବିଧାନିକ ପ୍ରକ୍ରିୟା କି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି । ପୂର୍ବରୁ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନ କଥା କହିସାରିଥିବା ନୀତିଶ ପୁଣି ଥରେ ବିରୋଧୀଙ୍କୁ ମିଳିତ ହେବା ପାଇଁ ମଧ୍ୟ ଆହ୍ବାନ ଦେଇଛନ୍ତି ।

ଅନ୍ୟପଟେ ମଣିପୁରରେ ବିଧାୟକଙ୍କ ଦଳ ଛାଡି ବିଜେପିରେ ସାମିଲ ହେବା ଘଟଣାରେ ବିଜେପିର ଅର୍ଥବଳର ଗନ୍ଧ ବାରିଛି ଜେଡିୟୁ । ଦଳର ପ୍ରଦେଶ ସଭାପତି ରାଜୀବ ରଞ୍ଜନ ଲଲନ ସିଂ କହିଛନ୍ତି, ବିଜେପି ଘୋଡା ବେପାର କରୁଛି । ପ୍ରବଳ ଅର୍ଥ ଖର୍ଚ୍ଚ କରାଯାଇ ବିଧାୟକଙ୍କୁ କିଣାଯାଇଛି । ଲଲନ ସିଂ କହିଛନ୍ତି, ‘‘ଯାହା କିଛି ବି ମଣିପୁରରେ ହେଲା, ତାହା କେବଳ ଅର୍ଥବଳ ଦ୍ବାରା ସମ୍ଭବ ହୋଇପାରିଛି । ସେମାନେ କିଛି ବି କରନ୍ତୁ କିନ୍ତୁ ଜେଡିୟୁ ୨୦୨୩ ରେ ଜାତୀୟ ଦଳରେ ପିରଣତ ହେବାକୁ ଯାଉଛି । JDUକୁ କେହି ଭାଙ୍ଗି ପାରିବେ ନାହିଁ, ଦଳ ଆଗକୁ ଶକ୍ତିଶାଳୀ ହେବାକୁ ଯାଉଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details