ନୂଆଦିଲ୍ଲୀ:ଶୁକ୍ରବାର ମଣିପୁର ଆସାମ ରାଇଫଲର କନଭୟ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ମୋଦି ସରକାର ଦେଶକୁ ସୁରକ୍ଷା ଦେବାରେ ସକ୍ଷମ ନୁହଁନ୍ତି ବୋଲି କହିଛନ୍ତି ରାହୁଲ । ଏନେଇ ଟ୍ବିଟ କରି ସେ କହିଛନ୍ତି ଯେ ମଣିପୁରରେ ସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପୁଣି ଥରେ ପ୍ରମାଣିତ କରିଛି ଯେ ମୋଦି ସରକାର ଦେଶକୁ ସୁରକ୍ଷା ଦେବାରେ ଅସମର୍ଥ। ଏଥିସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆତଙ୍କୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଶହୀଦଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଏବଂ ସେମାନଙ୍କ ପରିବାରକୁ ମୁଁ ସମବେଦନା ଜଣାଇଛି । ଦେଶ ଏହି ବଳିଦାନକୁ କେବେ ଭୁଲିବ ନାହିଁ ।
Manipur Attack, ଦେଶ ସୁରକ୍ଷାରେ ମୋଦି ସରକାର ବିଫଳ: ରାହୁଲ - rahul target to pm modi
ମଣିପୁର ଆତଙ୍କୀ ଆକ୍ରମଣ ଘଟଣାରେ ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଦେଶ ସୁରକ୍ଷାରେ ମୋଦି ସରକାର ବିଫଳ ବୋଲି କହିଲେ ରାହୁଲ । ଅଧିକ ପଢନ୍ତୁ...
![Manipur Attack, ଦେଶ ସୁରକ୍ଷାରେ ମୋଦି ସରକାର ବିଫଳ: ରାହୁଲ ମଣିପୁର ଆତଙ୍କୀ ଆକ୍ରମଣ: ଦେଶ ସୁରକ୍ଷାରେ ମୋଦି ସରକାର ବିଫଳ- ରାହୁଲ](https://etvbharatimages.akamaized.net/etvbharat/prod-images/768-512-13628194-thumbnail-3x2-p.jpg)
ସୂଚନା ଅନୁଯାୟୀ, ଗତକାଲି ମଣିପୁରରେ ଆସାମ ରାଇଫଲର କନଭୟ ଉପରେ ବଡ ଧରଣର ଆକ୍ରମଣ କରିଥିଲେ ଆତଙ୍କୀ । ଫଳରେ ଏଥିରେ ୫ଜଣ ଯବାନ ଶହୀଦ ହେବା ସହ ଅନ୍ୟ ଶଦୀହଙ୍କ ପରିବାରର ୨ଜଣ ମଧ୍ୟ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ପଛରେ ଥିବା ଆତଙ୍କୀ ସଂଗଠନ ସମ୍ପର୍କରେ ସ୍ପଷ୍ଟ ହୋଇ ନଥିବାବେଳେ ‘Manipur People's Liberation Army’ ନାମକ ଏକ ଉଗ୍ରବାଦୀ ସଂଗଠନ ଏହି ଆକ୍ରମଣ ଘଟାଇଥାଏ ବୋଲି ପ୍ରାଥମିକ ଭାବେ ଆକଳନ କରୁଛି ସୁରକ୍ଷା ବଳ । ତେବେ ଏହି ଆକ୍ରମଣରେ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇ ସେମାନଙ୍କ ବଳିଦାନ କେବେ ଭୁଲିବ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।