ଓଡିଶା

odisha

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହ

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହ । ଦ୍ବିତୀୟ ଥର ପାଇଁ ତ୍ରିପୁରା ମୁଖିଆ ହୋଇଛନ୍ତି ମାଣିକ ସାହ । ଅଧିକ ପଢନ୍ତୁ

By

Published : Mar 8, 2023, 12:03 PM IST

Published : Mar 8, 2023, 12:03 PM IST

Updated : Mar 8, 2023, 12:11 PM IST

Manik Saha takes oath as Tripura Chief Minister
ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହ

ଅଗରତାଲା: ଦ୍ବିତୀୟ ଥର ପାଇଁ ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମାଣିକ ସାହ । ଅଗରତାଲାର ବିବେକାନନ୍ଦ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ଶପଥ ଗ୍ରହଣ ସମାରୋହରେ ଶପଥ ନେଇଛନ୍ତି ମାଣିକ ସାହ। ଏହି କାର୍ଯ୍ୟକ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ହୋଇଛନ୍ତି । ଏହା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସାମିଲ ହୋଇଛନ୍ତି । ଗତକାଲି (ମଙ୍ଗଳବାର) ମେଘାଳୟ ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ହୋଇଥିଲା । ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଦୁଇଦିନିଆ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ।

2016ରେ ବିଜେପିରେ ସାମିଲ ହୋଇଥିଲେ ମାଣିକ ସାହ । କଂଗ୍ରେସରୁ ଗେରୁଆ ଦଳରେ ଯୋଗ ଦେଇ ଦେଇଥିଲେ । 2020ରେ ତ୍ରିପୁରା ପାର୍ଟିର ମୁଖ୍ୟ ହୋଇଥିଲେ । ଗତବର୍ଷ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଗାଦିଚ୍ୟୁତ କରି ଉତ୍ତରପୂର୍ବ ରାଜ୍ୟ ବିଧାନସଭାରେ ବିଜୟ ହାସଲ କରି କ୍ଷମତାକୁ ଆସିଥିଲେ । ଚଳିତ ବିଧାନସଭା ନିର୍ବାଚନରେ 60 ଆସନରୁ ବିଜେପି ଓ ସହଯୋଗୀ ଆଇପିଏଫଟି 33ଟି ଆସନରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ପାଇଥିଲା । ବିଜେପି ଏକାକୀ 32ଟି ଆସନ ଦାଖଲ କରିଥିଲା । ବିଧାୟକ ଦଳ ବୈଠକରେ ମାଣିକ ସାହଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା । ଆଜି ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ରତନ ଲାଲ ନାଥ, ଟିଙ୍କୁ ରଏ, ବିକାଶ ଦେବବର୍ମା, ଶୁକ୍ଳା ଚରଣ ନୋଟିଆ ପ୍ରଣଜିତ ସିଂଙ୍ଗା ରଏ, ସୁଶାନ୍ତ ଚୌଧୁରୀ ତ୍ରିପୁରା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏହା ବି ପଢନ୍ତୁ...ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କୋନରାଡ ସାଙ୍ଗମା

ତ୍ରିପୁରା ବିଧାନସଭା ନିର୍ବାଚନରେ ଟିପରା ମୋଥା ପାର୍ଟି ପ୍ରଥମ ଥର ନିର୍ବାଚନ ଲଢି ପ୍ରଭାବୀ ପ୍ରଦର୍ଶନ କରି 13ଟି ଆସନରେ ବିଜୟୀ ହୋଇଥିଲା । ଭାରତୀୟ କମ୍ୟୁନିଷ୍ଟ ପାର୍ଟି 11ଟି ଆସନ ଜିତିଥିଲା । କଂଗ୍ରେସ 3ଟି, ଇଣ୍ଡିଜିନ୍ସ ପିପୁଲ ପ୍ରଣ୍ଟ ଅଫ୍‌ ତ୍ରିପୁରାକୁ ଗୋଟିଏ ଆସନ ମିଳିଥିଲା । ଉତ୍ତରପୂର୍ବ ରାଜ୍ୟ ତ୍ରିପୁରାରେ ବିଜେପି ଓ IPFT ମିଳିତ ଭାବେ ସରକାର ଗଠନ କରିଥିଲେ । 2023ରେ ଦଳ ପୁଣି କ୍ଷମତାକୁ ଫେରିଥିଲା । ଦ୍ବିତୀୟ ପାଳି ଆରମ୍ଭ କରିଛନ୍ତି ମାଣିକ ସାହ । ମାଣିକ ସାହ ଟାଉନ ବାରଡେୱାଲି ଆସନରୁ ନିର୍ବାଚନ ଲଢିଥିଲେ ।

ପ୍ରକାଶଥାଉ କି, ଫେବୃଆରୀ 16 ତାରିଖରେ ତ୍ରିପୁରା ବିଧାନସଭା ନିର୍ବାଚନ ହୋଇଥିଲା । ମାର୍ଚ୍ଚ 2ରେ ଜନାଦେଶ ପ୍ରକାଶ ପାଇଥିଲା । ତ୍ରିପୁରାର 60 ବିଧାନସଭା ଆସନ ପାଇଁ ୨୫୯ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ସମୁଦାୟ ୮୭.୭୬ ପ୍ରତିଶତ ମତଦାନ ହୋଇଥିଲା ।

Last Updated : Mar 8, 2023, 12:11 PM IST

ABOUT THE AUTHOR

...view details