ଅଗରତାଲା:ତ୍ରିପୁରାରେ ମାଣିକ ସାହା ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ସ୍ପଷ୍ଟ ହୋଇଛି । ଆଜି(ସୋସବାର) ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ମାଣିକ ସାହଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ଆସନ୍ତା 8 ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହା ତାଙ୍କର ଦ୍ବିତୀୟ ପାଳି ଆରମ୍ଭ କରିବେ ।
ତ୍ରିପୁରାରେ ମୋଟ 60 ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ଓ ସହଯୋଗୀ IPFT 33 ଆସନରେ ବିଜୟ ଲାଭ କରି ସରକାର ଗଠନ କରିବାକୁ ଯାଉଛନ୍ତି । ବୁଧବାର ରାଜ୍ୟରେ ନୂତନ ସରକାର ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସାମାନ୍ୟ ଦ୍ବନ୍ଦ୍ୱ ଥିବା ପରି ମନେ ହେଉଥିଲା । କିଛି ବିଧାୟକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଥିଲା । ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ପରେ ସେହି ଚର୍ଚ୍ଚାର ପରିସମାପ୍ତି ଘଟିଛି । ସାହାଙ୍କୁ ଦ୍ବିତୀୟ ଥର ପାଇଁ ଦଳ ମୁଖ୍ୟମନ୍ତ୍ରୀ ଆସନ ପ୍ରଦାନ କରିବାକୁ ଯାଉଛି ।