ଅମରାବତି: ଫାର୍ମରେ ଫଳିଛି ବିଶାଳ ଆମ୍ବକଷିଆ ଅଦା । ଯାହାର ଆକାର ସାଧାରଣ ଅଦା ଠାରୁ ଢେର ଅଧିକ । ଓଜନ ପ୍ରାୟ ୭ କେଜି । ଯାହାକି ସାଧାରଣ ଓଜନ ଠାରୁ ପ୍ରାୟ ୩ ଗୁଣା ଅଧିକ । ଏପରି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର ମୋପିଡେଭି ମଣ୍ଡଳର ସିଭାରାମପୁରମ ଅଞ୍ଚଳରେ । ସ୍ଥାନୀୟ ଚାଷୀ ନାଗେଶ୍ୱରା ରାଓଙ୍କ ଫାର୍ମରେ ଫଳିଛି ଏହି ଅଦା ।
ତେବେ ଅନ୍ୟ ଏକ ରୋଚକ କାରଣ ହେଉଛି ଏହି ଅଦା ଚାଷରେ କୌଣସି ରାସାୟନିକ ସାର କିମ୍ବା କୀଟନାସକ ଔଷଧ ବ୍ୟବହାର ହୋଇନଥିବା କହିଛନ୍ତି ଚାଷୀ ନେଗେଶ୍ବର । ଏହା ସାଧାରଣ ତଥା କେବଳ ଜୈବିକ ଉପାୟରେ ଚାଷ ହୋଇଥାଏ ।