ଓଡିଶା

odisha

ମହଙ୍ଗା ପଡିଲା ବୁର୍ଖା ପିନ୍ଧି ନାଚିବା, ୪ ଇଞ୍ଜିନିୟରିଂ ଛାତ୍ର ନିଲମ୍ବିତ

By

Published : Dec 9, 2022, 11:30 AM IST

କଲେଜ ପ୍ରୋଗ୍ରାମରେ ବୁର୍ଖା ପିନ୍ଧି ଡ୍ୟାନ୍ସ କରିବାରୁ ୪ ଇଞ୍ଜିନିୟରିଂ ଛାତ୍ର ନିଲମ୍ବିତ । ଅଧିକ ପଢନ୍ତୁ

କଲେଜରେ ବୁର୍ଖା ପିନ୍ଧି ନାଚିବାରୁ ୪ ଇଞ୍ଜିନିୟରିଂ ଛାତ୍ର ନିଲମ୍ବିତ
କଲେଜରେ ବୁର୍ଖା ପିନ୍ଧି ନାଚିବାରୁ ୪ ଇଞ୍ଜିନିୟରିଂ ଛାତ୍ର ନିଲମ୍ବିତ

ବେଙ୍ଗାଲୁରୁ: ମହଙ୍ଗା ପଡିଲା ବୁର୍ଖା ଡ୍ୟାନ୍ସ । କଲେଜ ପ୍ରୋଗ୍ରାମରେ ବୁର୍ଖା ପିନ୍ଧି ଡ୍ୟାନ୍ସ କରିବାରୁ ୪ ଇଞ୍ଜିନିୟରିଂ ଛାତ୍ର ନିଲମ୍ବିତ ହୋଇଛନ୍ତି । କର୍ଣ୍ଣାଟକ ମାଙ୍ଗାଲୁରୁ ସହରରୁ ଏହି ଘଟଣା ସାମ୍ନାକୁ ଆସିଛି । ସହରରେ ଥିବା ସେଣ୍ଟ ଜୋସେଫ୍ ଇଞ୍ଜିନିୟରିଂ କଲେଜର(St Joseph Engineering College) ୪ ଜଣ ଛାତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ତେବେ ଛାତ୍ରମାନଙ୍କ ଡ୍ୟାନ୍ସ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

କଲେଜରେ ବୁର୍ଖା ପିନ୍ଧି ନାଚିବାରୁ ୪ ଇଞ୍ଜିନିୟରିଂ ଛାତ୍ର ନିଲମ୍ବିତ

ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ଏହି ଇଞ୍ଜିନିୟରିଂ କଲେଜରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୪ ଜଣ ଛାତ୍ର ବୁର୍ଖା ପିନ୍ଧି ବଲିଉଡ ଗୀତରେ ଠୁମ୍‌କା ଲଗାଇଥିଲେ । ସେମାନଙ୍କର ଏହି ଡ୍ୟାନ୍ସ ଭିଡିଓ କେଇ ମିନିଟ୍ ମଧ୍ୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଯାଇଥିଲା । ପରେ କଲେଜ କର୍ତ୍ତୃପକ୍ଷ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ କରିବା ପରେ ଛାତ୍ରମାନଙ୍କୁ ନିଲମ୍ବିତ କରିଛନ୍ତି(Students suspended for dancing in Burqa) । ଏହି ଘଟଣା ସମ୍ପର୍କରେ କଲେଜ ପ୍ରିନ୍ସିପାଲ କହିଛନ୍ତି, ''ଏହା କାର୍ଯ୍ୟକ୍ରମର ଅଂଶ ନଥିଲା । ସାମ୍ପ୍ରଦାୟିକ ସଦଭାବନାକୁ ଆଘାତ ପହଞ୍ଚାଉଥିବା ଭଳି କୌଣସି କାର୍ଯ୍ୟକାଳପକୁ କଲେଜ ସମର୍ଥନ କରିବ ନାହିଁ ।''

ABOUT THE AUTHOR

...view details