ଚଣ୍ଡିଗଡ଼:ପଞ୍ଜାବର ଅମୃତସରରେ ଥିବା ଶ୍ରୀରାମ ବାଲାଜୀ ଧାମ ମନ୍ଦିରର ପୂଜକଙ୍କୁ ମିଳିଛି ହତ୍ୟା ଧମକ । ତାଙ୍କୁ ଏକ ପାକିସ୍ତାନୀ ନୋଟ (Pakistani Rupee Note)ରେ ହତ୍ୟା କରିବା ପାଇଁ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ମନ୍ଦିର ପ୍ରଶାସନ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଥିବା ବେଳେ ଏନେଇ ପୋଲିସକୁ ସୂଚନା ଦିଆଯାଇଛି ।
ହତ୍ୟା ଧମକ ନୋଟ୍ରେ ଲେଖାଯାଇଥିବାକୁ ନେଇ ଚର୍ଚ୍ଚା ହେଉଛି । ମନ୍ଦିରର ମୁଖ୍ୟ ସେବାୟତ ଅଶନୀଲଜି ମହାରାଜଙ୍କୁ ଏହି ଧମକ ମିଳିଛି । ଏହି ନୋଟରେ ଲେଖାଯାଇଛି, "ବାବା ଅଶନୀଲ, ତୁମେ ବହୁତ ସ୍ନେହୀ । ତୁମକୁ ହତ୍ୟା ବେଳେ ରକ୍ଷା କରିବା ପାଇଁ ମନ୍ଦିରକୁ କେହି ଆସିବେ ନାହିଁ । ତୁମେ ଏହା ଖୁବଶୀଘ୍ର ଜାଣିଯିବ । ୫ ଲକ୍ଷ ଟଙ୍କା ଯୋଗଡ଼ କରି ରଖିଥାଅ ।"