ଓଡିଶା

odisha

ETV Bharat / bharat

Gangasagar Mela: ସାଧୁ ଓ ତୀର୍ଥଯାତ୍ରୀଙ୍କ ପାଇଁ କଟକଣା ଲାଗୁ

ଦେଶରେ କୋରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମବଙ୍ଗରେ ଗଙ୍ଗାସାଗର ମେଳା ନେଇ କଟକଣା ଜାରି କରିଛନ୍ତି ପଶ୍ଚିମବଙ୍ଗ ସରକାର । ଅଧିକ ପଢ଼ନ୍ତୁ

By

Published : Jan 9, 2022, 2:15 PM IST

mandatory covid test of pilgrims and sadhus in gangasagar mela
gangasagar mela: ସାଧୁ ଓ ତୀର୍ଥଯାତ୍ରୀଙ୍କ ପାଇଁ କଟକଣା ଲାଗୁ

କୋଲକାତା: ଦେଶରେ କୋରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସମସ୍ତ ରାଜ୍ୟରେ କୋଭିଡ ଟେଷ୍ଟ ଓ ଟୀକାକରଣକୁ ଗୁରୁତ୍ବ ଦିଆଯାଉଛି । ପଶ୍ଚିମବଙ୍ଗରେ ଗଙ୍ଗାସାଗର ମେଳା ନେଇ କୋଭିଡ ଟେଷ୍ଟକୁ ବ୍ୟାପକ କରାଯାଇଛି । ଗଙ୍ଗାସାଗର ମେଳାକୁ ବାହାରୁ ଆସୁଥିବା ସାଧୁ ଓ ତୀର୍ଥଯାତ୍ରୀଙ୍କ ପାଇଁ କୋଭିଡ ଟେଷ୍ଟର ବ୍ୟବସ୍ଥା କରାଯାଇଛି ।

ଆସନ୍ତା ଜାନୁଆରୀ ୧୬ରେ ଗଙ୍ଗାସାଗର ମେଳା ଆରମ୍ଭ ହେବ । ଏଠାରେ ବହିଥିବା ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । ସେନେଇ କୋଲକାତା ପୌରପାଳିକା ଅଞ୍ଚଳ ମାନଙ୍କରେ ସାନିଟାଇଜେସନ୍ ଏବଂ ଟୀକାକରଣ ଡ୍ରାଇଭ୍ ମଧ୍ୟ ଜୋରଦାର କରାଯାଇଛି । ଏହାସହ ପ୍ରଶାସନ ପକ୍ଷରୁ ସାଧୁ ଓ ତୀର୍ଥଯାତ୍ରୀଙ୍କୁ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ରିପୋର୍ଟ ପଜିଟିଭ ଆସିଲେ, ସେମାନଙ୍କ ପାଇଁ ସଂଗରୋଧ କେନ୍ଦ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧,୩୮୪କୁ ବୃଦ୍ଧି ପାଇଛି ।

@ANI

ABOUT THE AUTHOR

...view details