ଯୋଗଶାସ୍ତ୍ର ଅନୁସାରେ ନିଦ୍ରା ହେଉଛି ପ୍ରାକୃତିକ ଧ୍ୟାନ । ଆତ୍ମାକୁ ଶାନ୍ତି ପାଇଁ ଏହା ଏକ ମାଧ୍ୟମ । ପୃଥିବୀର ସମସ୍ତ ଜୀବ ରାତିରେ ନିଦ୍ରା ଯାଆନ୍ତି । ବଡି କ୍ଲକ୍ ଏଭଳି ଭାବେ ଡିଜାଇନ କରାଯାଇଛି ଯେ, ଏହା ଯଥେଷ୍ଟ ନିଦ୍ରା ଆବଶ୍ୟକ କରେ, ଯାହା ଦ୍ୱାରା ଶରୀରର କ୍ରିୟା ପ୍ରତିକ୍ରିୟା ଠିକ୍ ଭାବେ ସଂଚାଳିତ ହୋଇ ସାମଗ୍ରିକ ଭାବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରର ସଠିକ କ୍ରିୟାଶୀଳତା ପାଇଁ ଗୁଣାତ୍ମକ ନିଦ୍ରା ଦରକାର । ଯୋଗ ଓ ଇନସୋମନିଆ ବାବଦରେ ଇଟିଭି ଭାରତ ସୁଖୀଭବଃ ଡକ୍ଟର ଜାହ୍ନଭୀ କଥ୍ରାନିଙ୍କ ସହ ଆଲୋଚନା କରିଥିଲା ।
ଗଭୀର ନିଦ୍ରା ହେବାରେ ବାରମ୍ବାର ଅସୁବିଧା ହେବା ହେଉଛି ଇନସୋମନିଆ । ଅନିଦ୍ରା ହିଁ ଇନସୋମିଆନା । ଅଧିକ ସମୟ ଶୋଇ ବି ଯଦି ନିଦ ଲାଗେ, ତାହା ହେଲେ ଏହା ମଧ୍ୟ ଏକପ୍ରକାର ଇନସୋମନିଆ । ସକାଳର ଆଳସ୍ୟ ଓ କ୍ଲାନ୍ତିବୋଧ ଇନସୋମନିଆ ସହ ଜଡିତ । ଇନସୋମନିଆ ହେଲେ ଦିନଟାଯାକ ଅନିଦ୍ରାପଣ ଓ ଅସୁସ୍ଥତା ଅନୁଭୂତ ହୁଏ । ବ୍ରେନ ବ୍ଲାକଆଉଟ ମଧ୍ୟ ଅନୁଭୂତ ହୁଏ । ବେଳେ ବେଳେ ଶରୀରର ମାଂସପେଶୀରେ କଠୋରତା ମଧ୍ୟ ଉଲ୍ଲେଖ କରାଯାଏ ।
ଇମସୋମନିଆର ପ୍ରକାର ଭେଦ
. ଆକ୍ୟୁଟ ବା ତୀବ୍ର - ପ୍ରାରମ୍ଭିକ ଅବସ୍ଥାରେ ଯଦି ଗୋଟିଏ ଦୁଇଟି ରାତି , ସପ୍ତାହ ବା ମାସଟିଏ ଧରି ନିଦ୍ରାହୀନତା ଦେଖାଯାଏ ବା ଭଲ ନିଦ ହୁଏ ନାହିଁ ।
.କ୍ରନିକ ବା ଜଟିଳ – ସପ୍ତାହକୁ ୩ ବା ଅଧିକ ରାତି ଓ ସର୍ବାଧିକ ୩ ମାସ ଧରି ରାତିରେ ନିଦ ନ ହେବା ସ୍ଥିତି ଜଟିଳ ବୋଲି ଧରାଯିବ ।
ଶରୀରକୁ ବିଶ୍ରାମ ଦେବା ସହ ଶରୀର ଓ ମସ୍ତିଷ୍କର ଉନ୍ନତ କାର୍ଯ୍ୟକାରିତା ପାଇଁ ନିଦ ଜରୁରୀ । ଏହାଛଡା ଶରୀରର ସକ୍ରିୟତା ପାଇଁ ବି ଯଥେଷ୍ଟ ଅମ୍ଳଜାନ ଯୋଗାଣ ଓ ଅଭ୍ୟନ୍ତରୀଣ ମେଟାବଲିଜିମ କାର୍ଯ୍ୟକଳାପ ଦରକାର । ନିଦରେ ସାମାନ୍ୟ ବ୍ୟାଘାତ ସୃଷ୍ଟି ହେଲେ ବି ଜଣେ ପେଷାଦାର ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଦରକାର । ତେବେ, ଯୋଗ ମାଧ୍ୟମରେ ଅନିଦ୍ରା ରୋଗ ଦୂର କରିହେବ ବୋଲି ପ୍ରାଚୀନ ଯୋଗ ଶାସ୍ତ୍ର ଗୁଡିକରେ ଉଲ୍ଲେଖ ରହିଛି । ଅନିଦ୍ରାରୁ ମୁକ୍ତି ପାଇଁ ନିମ୍ନଲିଖିତ କିଛି ଯୌଗିକ ପଦକ୍ଷେପ ବି ବେଶ ଉପକାରୀ ।