ଓଡିଶା

odisha

By

Published : Jul 10, 2022, 4:13 PM IST

ETV Bharat / bharat

ପଥପ୍ରାନ୍ତ ନାଟକରେ ଶିବ ବେଶରେ ଅଭିନୟ କରି ଜଣେ ଗିରଫ

ଦରଦାମ ବୃଦ୍ଧି ଉପରେ ମଞ୍ଚସ୍ଥ ପଥପ୍ରାନ୍ତ ନାଟକରେ ଶିବ ବେଶରେ ଅଭିନୟ କରି ଆସାମର ଜଣେ ବ୍ୟକ୍ତି ଗିରଫ । ଅଧିକ ପଢନ୍ତୁ

ପଥପ୍ରାନ୍ତ ନାଟକରେ ଶିବ ବେଶରେ ଅଭିନୟ କରି ଜଣେ ଗିରଫ
ପଥପ୍ରାନ୍ତ ନାଟକରେ ଶିବ ବେଶରେ ଅଭିନୟ କରି ଜଣେ ଗିରଫ

ଗୌହାଟୀ:ଲୀନା ମନିମେକାଲାଇଙ୍କ ବିବାଦୀୟ କାଳୀ ଫିଲ୍ମ ପୋଷ୍ଟରକୁ ନେଇ ଝଡ ଥମିନାହିଁ । ଏହାରି ଭିତରେ ଆସାମ ନଗାଁଓରୁ ଆଉ ଏକ ନୂଆ ବିବାଦର ସୂତ୍ରପାତ ହୋଇଛି । ଏଠାରେ ଦରଦାମ ବୃଦ୍ଧି ଉପରେ ମଞ୍ଚସ୍ଥ ଏକ ପଥପ୍ରାନ୍ତ ନାଟକରେ ଶିବ ବେଶରେ ଅଭିନୟ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ଶିବ ବେଶରେ ପ୍ରତିବାଦ କରି ସେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏନେଇ ରାଜା ପାରିକ ନାମକ ଜଣେ ସ୍ଥାନୀୟ ବିଜେପି ନେତା ଥାନାରେ ଅଭିଯୋଗ କରିଥିଲେ ।

ବିଜେପି ନେତା କହିଥିଲେ ଯେ, ''ଯଦି ପ୍ରତିବାଦ କରିବାର ଅଛି ତାହାହେଲେ ବସି ପ୍ରତିବାଦ କରୁନ୍ତୁ । ଏପରି ଦେବାଦେବୀଙ୍କ ବେଶରେ ପ୍ରତିବାଦ କରିବାକୁ ଆମେ ସମର୍ଥନ କରିବୁ ନାହିଁ । ନଗାଁଓ ଜିଲ୍ଲାର ବଜରଙ୍ଗ ଦଳ ଏବଂ ବିଶ୍ବ ହିନ୍ଦୁ ପରିଷଦ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଏଥିରେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଥିବା ଅଭିଯୋଗ କରିଛନ୍ତି । ସେପଟେ ଶିବ ବେଶଧାରୀ ଅଭିଯୁକ୍ତକୁ ବର୍ତ୍ତମାନ ଜାମିନ ମିଳିଥିବା ସୂଚନା ମିଳିଛି ।

ଯାହା ସୂଚନା ରହିଛି, ଶନିବାର ସନ୍ଧ୍ୟାରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଦୁଇ ଜଣ ପୁରୁଷ ଓ ମହିଳା ଶିବ ପାର୍ବତୀ ବେଶ ଧାରଣ କରି ଦେଶରେ ବଢୁଥିବା ଦରଦାମ୍ ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ ଏକ ପଥପ୍ରାନ୍ତ ନାଟକର ଆୟୋଜନ କରିଥିଲେ । ଏଥିପାଇଁ ସେମାନେ ଏକ ବାଇକରେ ନଗାଁଓ କଲେଜ ଛକରେ ପହଞ୍ଚି ଗାଡିରୁ ପେଟ୍ରୋଲ ସରିଯିବା ଘଟଣା ଉପରେ ନାଟକ କରୁଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଶିବ ବେଶରେ ଅଭିନୟ କରୁଥିବା କଳାକାର କହିଥିଲେ ଯେ, ''ସରକାର ପୁଞ୍ଜିବାଦୀଙ୍କ ସ୍ବାର୍ଥ ରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି କିନ୍ତୁ ସାଧାରଣ ଲୋକଙ୍କ ସମସ୍ୟା ପାଇଁ ଚିନ୍ତିତ ନାହାନ୍ତି ।'' ଏହା ବିରୋଧରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ଦୁହେଁ ଲୋକମାନଙ୍କୁ ନିବେଦନ କରିଥିଲେ ।

ଏହାପରେ କଳାକାରମାନେ ବଡ ବଜାରକୁ ଆସି ସମାନ ନାଟକ ମଞ୍ଚସ୍ଥ କରିଥିଲେ । ଯାହା ଉପରେ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ନଜର ପଡିଥିଲା । ଏହାକୁ ଦୁଇ ସଙ୍ଗଠନ ନିନ୍ଦା କରିବା ସହ କଳାକାରମାନେ ନାଟକ ମାଧ୍ୟମରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା କହିଥିଲେ । ସେହିପରି ବିଜେପି ନେତାଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ସେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ।

For All Latest Updates

ABOUT THE AUTHOR

...view details