ଓଡିଶା

odisha

ETV Bharat / bharat

ଶୌଚାଳୟ ଦାବିରେ ଅର୍ଦ୍ଧଉଲଗ୍ନ ହୋଇ ଅଫିସରେ ପହଞ୍ଚିଲେ ଯୁବକ

ଶୌଚାଳୟ ନିର୍ମାଣ ଦାବିରେ ଅର୍ଦ୍ଧଉଲଗ୍ନ ହୋଇ ମହାନଗର ନିଗମ କାର୍ଯ୍ୟାଳୟରେ ପଶିଲେ ଯୁବ ବ୍ୟବସାୟୀ । ବଜାରରେ ଶୌଚାଳୟ ନିର୍ମାଣ କରିବା ପାଇଁ ଏକାଧିକ ଥର କରିଥିଲେ ନିବେଦନ । ଥାନାକୁ ଟେକି ନେଲା ପୋଲିସ । ଅଧିକ ପଢନ୍ତୁ

By

Published : Nov 22, 2022, 11:04 PM IST

ଶୌଚାଳୟ ଦାବିରେ ଭିନ୍ନ ପ୍ରତିବାଦ, ଅର୍ଦ୍ଧଉଲଗ୍ନ ହୋଇ ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚିଲେ ଯୁବ ବ୍ୟବସାୟୀ
ଶୌଚାଳୟ ଦାବିରେ ଭିନ୍ନ ପ୍ରତିବାଦ, ଅର୍ଦ୍ଧଉଲଗ୍ନ ହୋଇ ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚିଲେ ଯୁବ ବ୍ୟବସାୟୀ

ମୁମ୍ବାଇ: ମାର୍କେଟରେ ଶୌଚାଳୟ ନିର୍ମାଣ କରିବା ନେଇ ଏକାଧିକ ଥର ଦାବି କରି ନିରାଶ ହେବା ପରେ ଭିନ୍ନ ଢଙ୍ଗରେ ପ୍ରତିବାଦ କଲେ ଯୁବ ବ୍ୟବସାୟୀ । ଭୁଲିଗଲେ ଲଜ୍ଜା । ଅର୍ଦ୍ଧଉଲଗ୍ନ ହୋଇ ମହାନଗର ନଗମ କାର୍ଯ୍ୟାଳୟରେ ପହଞ୍ଚିଲେ । ପୌର ପ୍ରଶାସନ ବିରୋଧରେ ନାରାବାଜୀ ମଧ୍ୟ କଲେ । ସେଠାରେ ଥିବା ଅଧିକାରୀ ଓ ପୋଲିସ ଯୁବକଙ୍କୁ କାବୁ କରି ଥାନାକୁ ନେଇଛନ୍ତି । ଯୁବକଙ୍କୁ ଥାନାକୁ ନେବା ବେଳେ, ଯୁବକଜଣଙ୍କ ନାରାବାଜୀ କରୁଥିବା ଦେଖିବାକୁ ମିଳିଥିଲା । ଆଜି ମହାରାଷ୍ଟ୍ର ଔରଙ୍ଗାବାଦରେ ଘଟିଥିବା ଏପରି କିଛି ଘଟଣା ସବୁଠି ଚର୍ଚ୍ଚା ହେବା ସହ ଯୁବ ବ୍ୟବସାୟୀଙ୍କର ଏପରି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶୌଚାଳୟ ଦାବିରେ ଭିନ୍ନ ପ୍ରତିବାଦ, ଅର୍ଦ୍ଧଉଲଗ୍ନ ହୋଇ ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚିଲେ ଯୁବ ବ୍ୟବସାୟୀ

ସୂଚନା ଅନୁସାରେ ଏପରି କରିଥିବା ଯୁବ ବ୍ୟବସାୟୀଙ୍କ ନାମ ରମେଶ ପାଟିଲ ଓ ସେ ସ୍ଥାନୀୟ ଗୁଲମଣ୍ଡିର ବାସିନ୍ଦା । ସ୍ଥାନୀୟ ଗୁଲମଣ୍ଡି ବଜାରରେ ତାଙ୍କର ଏକ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ରହିଛି । ତେବେ ଉକ୍ତ ବଜାରରେ ଶୌଚାଳୟ ବ୍ୟବସ୍ଥା ନଥିବାରୁ ସାଧାରଣ ଗ୍ରାହକ ଓ ବ୍ୟବସାୟୀ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଇ ସେ ପୌର ପ୍ରଶାସନକୁ ଅବଗତ କରିଥିଲେ । ପରେ ଏକାଧିକ ଥର ଶୌଚାଳୟ ନିର୍ମାଣ କରିବା ପାଇଁ ନିବେଦନ କରିଥିଲେ ସୁଦ୍ଧା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ପୂର୍ବରୁ ବ୍ୟବସାୟୀ ପାଟିଲ ଏନେଇ ଉଲଗ୍ନ ହୋଇ ପ୍ରତିବାଦ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ତେବେ ଆଜି ପୂର୍ବାହ୍ନରେ ସେ ହଠାତ ଅର୍ଦ୍ଧଉଲଗ୍ନ ହୋଇ ମହାନଗର ନିଗମ କାର୍ଯ୍ୟାଳୟରେ ପ୍ରବେଶ କରିବା ସହ ପ୍ରଶାସନ ବିରୋଧରେ ନାରାବାଜୀ କରିଥିଲେ । ତାଙ୍କୁ ସ୍ଥାନୀୟ ଅଧିକାରୀ ଓ ପୋଲିସ ପହଞ୍ଚି କାର୍ଯ୍ୟାଳୟରେ ପ୍ରବେଶ କରିବାରୁ ବାରଣ କରିବା ସହ ଥାନାକୁ ନେଇଥିଲେ ।

ଗୋଟିଏ ପଟେ ଶୌଚାଳୟ ପରି ସମସ୍ୟାକୁ ନେଇ ବାରମ୍ବାର ଦାବି କରିବା ପରେ ମଧ୍ୟ ପ୍ରଶାସନ ଅଣଦେଖା କରିବା ଓ ପ୍ରତିବାଦ ପାଇଁ ଏପରି ପନ୍ଥା ବାଛିବାକୁ ନେଇ ସାଧାରଣରେ ଚର୍ଚ୍ଚା ହେବା ସହ ଭିନ୍ନ ଭିନ୍ନ ମତାମତ ପ୍ରକାଶ ପାଇଛି । ବ୍ୟବାସାୟୀ ରମେଶଙ୍କର ଏପରି ଢଙ୍ଗରେ ପ୍ରତିବାଦ କରିବା ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details