ଓଡିଶା

odisha

ମଧ୍ୟପ୍ରଦେଶ ପରେ ଉତ୍ତର ପ୍ରଦେଶ: ଆଦିବାସୀ ଯୁବକଙ୍କ କାନରେ ପରିସ୍ରା କଲେ ଅନ୍ୟ ଜଣେ ଯୁବକ

By

Published : Jul 15, 2023, 3:29 PM IST

ଉତ୍ତରପ୍ରଦେଶରେ ପରିସ୍ରାକାଣ୍ଡ । ଆଦିବାସୀ ଯୁବକଙ୍କ କାନରେ ପରିସ୍ରା କଲେ ଅନ୍ୟ ଜଣେ ଯୁବକ । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରେ ପରିସ୍ରାକାଣ୍ଡ
ଉତ୍ତରପ୍ରଦେଶରେ ପରିସ୍ରାକାଣ୍ଡ

ଲକ୍ଷ୍ନୌ: ମଧ୍ୟପ୍ରଦେଶ ପରିସ୍ରାକାଣ୍ଡକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ଦିନ କେଇଟା ନପୁରୁଣୁ ଉତ୍ତର ପ୍ରଦେଶରୁ ଅନୁରୂପ ଘଟଣା ସାମ୍ନାକୁ ଆସିଛି । କିଛି ଦିନ ତଳେ ସୋନଭଦ୍ରରେ ଜଣେ ଦଳିତ ଯୁବକଙ୍କୁ ମାଡ ମାରି ଛେପ ଚଟାଇବାର ଭିଡିଓ ଭାଇରାଲ ହୋଇଥିଲା । ଏବେ ଆଉ ଜଣେ ଆଦିବାସୀ ଯୁବକଙ୍କ କାନରେ ପରିସ୍ରା କରାଯିବାର ଭିଡିଓ ଚର୍ଚ୍ଚାକୁ ଆସିଛି । ଭିଡିଓରେ ଜଣେ ଯୁବକ ଆଉ ଜଣେ ଯୁବକଙ୍କ କାନରେ ପରିସ୍ରା କରୁଥିବା ଦେଖାଯାଉଛି । ଘଟଣାଟି ୟୁପି ସୋନଭଦ୍ର ଜିଲ୍ଲା ଘଟିହଟା ଗ୍ରାମର ।

ଗତ ମଙ୍ଗଳବାର ଦିନ ଏହି ଅମାନବୀୟ ଘଟଣା ଘଟିଥିଲା । ମାମଲାରୁ ଯାହା ଜଣାପଡିଛି, ଦୁଇ ଯୁବକଙ୍କ ମଧ୍ୟରେ କୌଣସି ବିବାଦକୁ ନେଇ ଗଣ୍ଡଗୋଳ ପରେ ଜଣେ ଯୁବକ ଅନ୍ୟ ଜଣେ ଆଦିବାସୀ ଯୁବକଙ୍କ କାନରେ ପରିସ୍ରା କରିଥିଲା । ଏହିସହିତ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବା ମଧ୍ୟ ଶୁଣାଯାଇଛି । ଏହି ଭିଡିଓ ଭାଇରାଲ ହେବା ପରେ ସୋନଭଦ୍ର ଏସପି ଯଶବୀର ସିଂହ, ଅତିରିକ୍ତ ଏସପି କାଲୁ ସିଂହଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏସପି ଯଶବୀର ସିଂ କହିଛନ୍ତି ଯେ, ପୀଡିତ ଯୁବକ ଥାନାରେ ଅଭିଯୋଗ କରିଛନ୍ତି ଏବଂ ଏନେଇ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଦୁଇ ଜଣଙ୍କୁ ହେପାଜତକୁ ନେଇଛି । ଗତ ୧୧ ତାରିଖରେ ଏହି ଘଟଣା ଘଟିଥିଲା । ପରିସ୍ରା କରିଥିବା ଯୁବକର ନାମ ଜବାହିର ପଟେଲ । ପୀଡିତ ଯୁବକ ଗୁଲାବ କୋଲଙ୍କ ସହ ପୂର୍ବରୁ ତାଙ୍କର ପରିଚୟ ଥିଲା । ଗତ ମଙ୍ଗଳବାର ଦିନ ଦୁହେଁ ଏକାଠି ମଦ ପିଇଥିଲେ ଏବଂ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଜବାହିର ତାଙ୍କ କାନରେ ପରିସ୍ରା କରିଥିଲେ । ଅତ୍ୟଧିକ ମଦ୍ୟପାନ କରିବା ଯୋଗୁଁ ସେହି ସମୟରେ ପୀଡିତ ଯୁବକ କିଛି ଜାଣିପାରି ନଥିଲେ ।

ଏହାମଧ୍ୟ ପଢନ୍ତୁ: ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କଲେ BJP ନେତା ! ଭାଇରାଲ ହେଉଛି ଭିଡିଓ

ଗତ ଗୁରୁବାର ଦିନ ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ନିଜ ସହ ଘଟିଥିବା ଅମାନବୀୟ କାର୍ଯ୍ୟ ସମ୍ପର୍କରେ ଜାଣି ପୀଡିତ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଦୁଇ ଜଣଙ୍କୁ ହେପାଜତକୁ ନେଇ ଛାନଭିନ୍ ଆରମ୍ଭ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାରେ ତଥାକଥିତ ବିଜେପି ନେତା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ନିନ୍ଦା କରି କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା' ଘର ଉପରେ ବୁଲଡୋଜର ଚଢାଇଥିଲା ପ୍ରଶାସନ ।

ABOUT THE AUTHOR

...view details