ଓଡିଶା

odisha

ETV Bharat / bharat

ଭାରତ ଯୋଡ ଯାତ୍ରାରେ ରାହୁଲଙ୍କ ସୁରକ୍ଷା ତ୍ରୁଟି, ଅଚାନକ ଆଲିଙ୍ଗନ କଲେ ବ୍ୟକ୍ତି - ରାହୁଲ ଗାନ୍ଧୀଙ୍କ ସୁରକ୍ଷା ତ୍ରୁଟି

ପଞ୍ଜାବ ହୋସିଆରପୁରରେ ଭାରତ ଯୋଡ ଯାତ୍ରାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

man tried to hug Congress MP Rahul Gandhi
Rahul Gandhi security breach

By

Published : Jan 17, 2023, 2:09 PM IST

ଚଣ୍ଡିଗଡ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ପଞ୍ଜାବ ହୋସିଆରପୁରରେ ଭାରତ ଯୋଡ ଯାତ୍ରାରେ ଜଣେ ବ୍ୟକ୍ତି ସୁରକ୍ଷାବଳୟ ଭାଙ୍ଗି ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଛନ୍ତି । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ କର୍ମୀମନେ ଟାଣି ନେଇଥିଲେ । ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏହି ଘଟଣା ପରେ ରାହୁଲ ଗାନ୍ଧୀ ଆଶ୍ଚର୍ଯ୍ୟ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହାପରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏହା ବି ପଢନ୍ତୁ....୨୪ ଘଣ୍ଟାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଉପରେ ଦୁଇଥର ଆକ୍ରମଣ ଉଦ୍ୟମ !

ଏହା ପୂର୍ବରୁ ହୋସିଆରପୁର ଏକ ଗାଁରେ ଯେତେବେଳେ ଭାରତ ଯୋଡ ଯାତ୍ରା ପହଞ୍ଚିଥିଲା ସେତେବେଳେ ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କ ଅତି ନିକଟକୁ ଚାଲି ଆସିଥିଲେ । ଏହାପରେ ସୁରକ୍ଷାକର୍ମୀ ତାଙ୍କୁ ସେଠାରୁ ହଟାଇଥିଲେ । ଏହାର କିଛି ସମୟ ପରେ ପୁଣି ଆଉ ଏକ ଘଟଣା ଘଟିବା ରାହୁଲଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । ଘଟଣାକୁ ନେଇ ପଞ୍ଜାବ କଂଗ୍ରେସ ମୁଖ୍ୟ ଅମିରିନ୍ଦର ସିଂହ ରାଜା କହିଛନ୍ତି, ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ । ଲୋକ ରାହୁଲଙ୍କୁ ସ୍ବାଗତ କରିବାକୁ ତାଙ୍କୁ ଭେଟିବାକୁ ଆସିଥିଲେ । ସୁରକ୍ଷା ଯାଞ୍ଚ ପରେ ବ୍ୟକ୍ତି ଜଣଙ୍କ ରାହୁଲଙ୍କୁ ଭେଟିବାକୁ ଆସିଥିଲେ । ସେ ରାହୁଲଙ୍କୁ ଭେଟିବାକୁ ଉତ୍ସାହିତ ଥିଲେ ତେଣୁ ସେ ଅଚାନକ ତାଙ୍କୁ ଆଲିଙ୍ଗନ କରିଥିଲେ ଆଇଡିପି ଜିଏସ ଢିଲୋନ କହିଛନ୍ତି, "ବ୍ୟକ୍ତି ଜଣକ ଯେଉଁ ଭଳି ଭାବେ ରାହୁଲଙ୍କୁ ଆଲିଙ୍ଗନ କରିଥିଲେ ତାହା ଆଶା କରାଯାଉନଥିଲା । ଆମେ ସମସ୍ତଙ୍କ ଯାଞ୍ଚ କରିଥିଲୁ । ସେମିତି କିଛି ମିଳିନାହିଁ । ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନାହିଁ ।"

ପ୍ରକାଶ ଥାଉ କି, ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି କଂଗ୍ରେସ । 3,570 କି.ମି ପରିକ୍ରମା କରିବ ଦଳ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଛି । ଏଥିରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ । ଫେବୃଆରୀ ପହିଲା ସୁଦ୍ଧା ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଜାନୁଆରୀ 26ରୁ କଂଗ୍ରେସର ହାତ ସେ ହାତ ଯୋଡ ଯାତ୍ରା ହେବ । ଆଜି (ମଙ୍ଗଳବାର) ସନ୍ଧ୍ୟାରେ ପଞ୍ଜାବ ଓ ହିମାଚଳ ସୀମାରେ ପହଞ୍ଚିବ ଭାରତ ଯୋଡ଼ ଯାତ୍ରା । କାଶ୍ମୀରରେ ଯାତ୍ରା ପହଞ୍ଚିବା ପୂର୍ବରୁ ସୁରକ୍ଷା ଏଜେନ୍ସିମାନେ ସୁରକ୍ଷା ସୂଚନା ଜାରି କରିଛନ୍ତି ।

ABOUT THE AUTHOR

...view details