ଓଡିଶା

odisha

By

Published : Jun 24, 2023, 10:35 AM IST

Updated : Jun 24, 2023, 2:25 PM IST

ETV Bharat / bharat

ବିମାନରେ ବସି ହାଇଜାକ ପ୍ଲାନ ବିଷୟରେ କଥା ହେଉଥିଲେ ଯାତ୍ରୀ, ତା' ପରେ...

ବିମାନରେ ବସି ଫୋନରେ ହାଇଜାକ ବିଷୟରେ କଥା ହେଉଥିଲେ ଯାତ୍ରୀ । ସୁରକ୍ଷାକର୍ମୀଙ୍କୁ ଡକାଇ ଧରାଇଲେ କ୍ରୁ ମେମ୍ବର । ଅଧିକ ପଢନ୍ତୁ

ହାଇଜାକ ବିଷୟରେ କଥା ହେବାରୁ ବିମାନ ଯାତ୍ରୀ ଗିରଫ
ହାଇଜାକ ବିଷୟରେ କଥା ହେବାରୁ ବିମାନ ଯାତ୍ରୀ ଗିରଫ

ମୁମ୍ବାଇ:ବିମାନରେ ବସି ହାଇଜାକ ବିଷୟରେ କଥା ହେଉଥିଲେ ଯାତ୍ରୀ । ବିମାନ ହାଇଜାକ ପାଇଁ ସବୁ ପ୍ଲାନ ସରିଛି ବୋଲି ଫୋନରେ ଅନ୍ୟ ଜଣକୁ କହୁଥିଲେ । ବିମାନ କର୍ମଚାରୀ ଏହା ଶୁଣିବା ପରେ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଭିସ୍ତାରା ଏୟାରଲାଇନ୍ସର ମୁମ୍ବାଇ-ଦିଲ୍ଲୀ ବିମାନରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଯାତ୍ରୀ ହରିୟାଣାର ୨୩ ବର୍ଷୀୟ ଯୁବକ ରିତେଶ ଜୁନେଜା । ଗତ ଗୁରୁବାର ଦିନ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଥିବା ବିମାନରେ ବସି ରିତେଶ ଉଡାଣର ଠିକ୍ ପୂର୍ବରୁ ଫୋନରେ କାହା ସହିତ ହାଇଜାକ ପ୍ଲାନ ନେଇ କଥା ହୋଇଥିଲେ ।

ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ସାଢେ ୬ଟା ସମୟରେ ଏହି ଘଟଣା ଘଟିଥିଲା । ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭିସ୍ତାରା ବିମାନ ସନ୍ଧ୍ୟା ୭ଟାରେ ଦିଲ୍ଲୀ ଅଭିମୁଖ ଉଡାଣ ଭରିଥିବା ଥିଲା । ସମସ୍ତ ଯାତ୍ରୀ ନିଜ ନିଜ ସିଟ୍‌ରେ ବସିଥିଲେ । କ୍ୟାବିନ କ୍ରୁ ମେମ୍ବର ନିଜ କାମରେ ବ୍ୟସ୍ତ ଥିଲେ । ଏତିକି ବେଳେ ୨୩ ବର୍ଷୀୟ ରିତେଶ ଫୋନରେ ଜଣଙ୍କୁ କହିଥିଲେ,''ଅହମ୍ମଦାବାଦ ଫ୍ଲାଇଟ ଉଡାଣ ଭରିବାକୁ ଯାଉଛି । କିଛି ବି ଅସୁବିଧା ହେଲେ ମତେ କଲ୍ କରିବ । ହାଇଜାକର ସବୁ ପ୍ଲାନିଂ ସରିଛି । ଚିନ୍ତା କରନାହିଁ ।'' ଏକଥା ଶୁଣି ଯୁବକଙ୍କ ପାଖରେ ବସିଥିବା ଯାତ୍ରୀ ଖୁବ୍ ଭୟଭୀତ ହୋଇ ନିଜ ସିଟ୍‌ରୁ ଉଠି ପଡିଥିଲେ । ଜଣେ କ୍ରୁ ମେମ୍ବରଙ୍କ କାନରେ ମଧ୍ୟ ହାଇଜାକ କଥା ପଡିଥିଲା ।

ଏହାମଧ୍ୟ ପଢନ୍ତୁ: କୁଡିଆରେ ରହୁଥିବା ବୃଦ୍ଧାଙ୍କ ଆସିଲା ଲକ୍ଷେ ଟଙ୍କା ବିଜୁଳି ବିଲ୍

ଏହାପରେ କ୍ରୁ ମେମ୍ବର ସୁରକ୍ଷାକର୍ମୀଙ୍କୁ ଡକାଇ ଅଭିଯୁକ୍ତ ଯାତ୍ରୀଙ୍କୁ ହସ୍ତାନ୍ତର କରିଥିଲେ । ପରେ ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଭିସ୍ତାରା ଏୟାରଲାଇନ୍ସ ମୁଖପାତ୍ରଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସେହିପରି ଅଭିଯୁକ୍ତ ବିମାନ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ସମ୍ପୃକ୍ତ ବିମାନ ଯାତ୍ରୀ ମାନସିକ ସ୍ତରରେ ଅସୁସ୍ଥ ଏବଂ ୨୦୨୧ରୁ ତାଙ୍କର ଚିକିତ୍ସା ଚାଲୁଥିବା ପୋଲିସ ଜଣାଇଛି । ତେବେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇବା ଓ ଅନ୍ୟର ଜୀବନ ବିପଦରେ ପକାଇବା ନେଇ ଆଇପିସିର ଧାରା ୫୦୫(୨) ଏବଂ ୩୩୬ରେ ରିତେଶଙ୍କ ବିରୋଧରେ ମାମଲା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2023, 2:25 PM IST

ABOUT THE AUTHOR

...view details